ଇନ୍ଦୋର: ବେୱାଫା ଚା’ ବାଲା ଏବଂ ବେୱାଫା ସାମୋସା ବାଲାଙ୍କ ନାମ ଶୁଣିଥିବେ ନିଶ୍ଚୟ । ଆପଣ କେବେ ବେୱାଫା ପାନ ବାଲାଙ୍କ ନାଁ ଶୁଣିଛନ୍ତି ? ଏମିତି ଏକ ଦୋକାନ ଅଛି ଇନ୍ଦୋରରେ । ଯେଉଁଠି ମାତ୍ର ୨ ଟଙ୍କାରେ ପାନ ମିଳେ । ତେବେ ଏହା ସମସ୍ତଙ୍କୁ ନୁହେଁ । କେବଳ ପ୍ରେମରେ ଧୋକ୍କା ଖାଇଥିବା ଲୋକଙ୍କୁ ସୁସ୍ୱାଦୁ ପାନ ମିଳିଥାଏ ।
ଇନ୍ଦୋର ସହରରେ ବେୱାଫା ପାନ ବାଲା ଦୋକାନ ରହିଛି । ଏହି ଦୋକାନକୁ ରୋହିତ ନାମକ ଜଣେ ଯୁବକ କରିଛନ୍ତି । ଏପରି ଏକ ଦୋକାନ କରିବା ପଛରେ ଏକ ରୋଚକ କାହାଣୀ ଅଛି । ତାଙ୍କର ସାଙ୍ଗ ରମେଶ ଜଣେ ଝିଅକୁ ଖୁବ୍ ଭଲ ପାଉଥିଲେ । ହେଲେ ସେ ଝିଅ ତାଙ୍କୁ ଧୋକ୍କା ଦେଇ ଚାଲିଗଲା ପରେ ରମେଶ ପୁରା ଭାଙ୍ଗି ପଡ଼ିଲେ । ବହୁ କଷ୍ଟରେ ସେ ତାର ନୂଆ ଜୀବନ ଆରମ୍ଭ କରିଲେ । ଏହାକୁ ନେଇ ସେ ଏପରି ଏକ ଦୋକାନ ଆରମ୍ଭ କରିବାକୁ ଚିନ୍ତା କରିଥିଲେ । ଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି ଦୋକାନର ନାମ ବେୱାଫା ପାନ ବାଲା ରଖିଥିଲେ ।
ରୋହିତ କହିଛନ୍ତି ଯେ, ମୋ ଦୋକାନରେ ପ୍ରେମରେ ଧୋକ୍କା ଖାଇଥିବା ଯୁବକଯୁବତୀଙ୍କୁ ଅଫର ମିଳିଥାଏ । ମାତ୍ର ଦୁଇ ଟଙ୍କାରେ ସୁସ୍ୱାଦ ପାନ ମିଳିଥାଏ । ଆଉ ସେହି ପାନକୁ ପ୍ରେମୀଯୁଗଳଙ୍କୁ ୨୦ ଟଙ୍କାରେ ବିକ୍ରି କରିଥାନ୍ତି । ଏହାଦ୍ୱାରା ଧୀରେ ଧୀରେ ମୋ ଦୋକାନର ନାଁ ଚାରିଆଡ଼େ ବ୍ୟାପିଗଲା । ଏଠାକୁ ବହୁ ସଂଖ୍ୟକ ଲୋକ ଆସି ପାନ ଖାଇଥା’ନ୍ତି । ଆମ ଦୋକାନର ନାମ ସହିତ, ଲୋକମାନେ ପାନକୁ ବି ପସନ୍ଦ କରନ୍ତି । ସମସ୍ତେ ପାନ ତିଆରି କରନ୍ତି, କିନ୍ତୁ ସମସ୍ତଙ୍କର ସ୍ୱାଦ ଅଲଗା ହୋଇଥାଏ । ଯଦି ତୁମେ ପ୍ରେମରେ ପ୍ରତାରିତ ହୋଇଛ, ତେବେ ତୁମେ ଏହି ଦୋକାନ ପରିଦର୍ଶନ କରି ବିନା ଦ୍ୱିଧାରେ ତୁମର ପ୍ରେମକାହାଣୀ ବର୍ଣ୍ଣନା କରିପାରିବେ । ଏହା ସହିତ, ଆପଣ ୨ ଟଙ୍କାରେ ପାନ ମଧ୍ୟ ଉପଭୋଗ କରିପାରିବେ ।
Comments are closed.