Latest Odisha News

BREAKING NEWS

କାନାଡା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ

ଓଟୱା: କାନାଡା ଜଙ୍ଗଲ ଏବେ ଜଳୁଛି । ଏହାର ପ୍ରଭାବରେ ୧୦ଟି ଅଂଚଳ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ରିପୋର୍ଟ ଅନୁସାରେ ୩୩ ହଜାର ସ୍କ୍ୱାୟର ଫୁଟ ଅଂଚଳ ଜଳି ସାରିଛି । ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଲୋକ ଘର ଛାଡି ସାରିଛନ୍ତି । ୪୧୩ଟି ଛୋଟ ବଡ ଜଙ୍ଗଲରେ ନିଆଁ ଲାଗିଛି । ୨୪୯ଟି ଅଂଚଳର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଛି । ନ୍ୟୁୟର୍କ, ମିନିସେଟା, କ୍ୱିନ୍ସ ଓ ମାସାଚୁସେଟସରେ ଏୟାର ଆଲର୍ଟ ଜାରୀ କରାଯାଇଛି । ଇତି ମଧ୍ୟରେ ଆମେରିକା, ଫ୍ରାନ୍ସ ସମେତ ଅନେକ ଦେଶ ଆବଶ୍ୟକ ସାହାଯ୍ୟ ଯୋଗାଇ ସାରିଛନ୍ତି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ମତରେ ନୋୱା ସ୍କୋଟିୟା ଅଂଚଳରେ ସ୍ଥିତି ନିୟନ୍ତ୍ରଣକୁ ଆସି ସାରିଛି ।

ତଥାପି ଏହି ଅଗ୍ନି କାଣ୍ଡ ଯୋଗୁ ୧୦ ହଜାର ଲୋକ ଘର ଛାଡି ସାରିଛନ୍ତି । ପ୍ରଚୁର ଧୂଆଁ ଯୋଗୁ ଆଖପାଖ ଅଂଚଳର ଲୋକମାନେ ଠିକ ଭାବେ ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁ ନାହାନ୍ତି । ତେବେ ଖୁବ ଶୀଘ୍ର ନିଆଁ ଉପରେ କାବୁ ପାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ବୋଲି ଟ୍ରୁଡୋ କହିଛନ୍ତି । ଜୀବଜନ୍ତୁଙ୍କୁ ବଂଚାଇବା ସବୁଠାରୁ ଚ୍ୟାଲେଞ୍ଜିଂ କାର୍ଯ୍ୟ ହେଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.