Latest Odisha News

BREAKING NEWS

ପିଛା ଛାଡ଼ୁନି ଟ୍ରେନ୍ ଦୁର୍ଘଟଣା; ଚେନ୍ନାଇରେ ଲାଇନ୍‌ଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ୍

ଚେନ୍ନାଇ: ପୁଣି ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍। ଏଥର ଚେନ୍ନାଇରେ ଲାଇନ୍‌ଚ୍ୟୁତ ହୋଇଛି ଜନଶତାବ୍ଦୀ ଏକ୍ସପ୍ରେସ୍। ଗୁରୁବାର ବିଳମ୍ବିତ ରାତିରେ ଚେନ୍ନାଇର ବାସିନ ବ୍ରିଜ୍ ୱାର୍କସ୍‌ଅପ୍ ନିକଟରେ ଜନଶତାବ୍ଦୀର ଏକ୍ସପ୍ରେସ୍ର ଦୁଇଟି ଚକ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ତେବେ ସୌଭାଗ୍ୟର କଥା ହେଲା ଏଥିରେ କୌଣସି ଜୀବନ ହାନୀ ଘଟି ନାହିଁ ବୋଲି ପୁଲିସ ସୂଚନା ଦେଇଛି। ଜଣେ ହେଲେ ବି ଆହତ ହୋଇଥିବା ନେଇ ସୂଚନା ନାହିଁ।

ମିଳିଥିବା ସୂଚନା ଅନୁସାରେ, ବିଜୟୱାଡ଼ାରୁ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ ପୁରାଚୀ ଥାଲାଇଭରର ଡ. ଏମ୍‌ଜିଆର୍ ଚେନ୍ନାଇ ସେଣ୍ଟ୍ରାଲ୍‌ ରେଳ ଷ୍ଟେସନ୍‌ରେ ଯାତ୍ରୀଙ୍କୁ ଓହ୍ଲାଇଥିଲା। ସେଠାରୁ ବାସିନ ବ୍ରିଜ୍ ୟାର୍ଡ ଆଡକୁ ଗତି କରୁଥିବା ବେଳେ ଟ୍ରେନ୍‌ର ଗୋଟିଏ ବଗିର ଦୁଇଟି ସାମ୍ନା ଚକ ଲାଇନ୍‌ଚ୍ୟୁତ ହୋଇଥିଲା।

ରାତି ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ରେକ୍ ଖାଲି କରାଯିବା ପରେ ରେଳବାଇ ଷ୍ଟାଫ୍‌ଙ୍କ ସହଯୋଗରେ ପ୍ରାୟ ଦୁଇ ଘଣ୍ଟା ପରେ ଲାଇନ୍‌ଚ୍ୟୁତ ହୋଇଥିବା ଦୁଇଟି ଚକକୁ ପୁନଃ ଟ୍ରାକ୍‌ରେ ରଖାଯାଇଥିଲା। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାରେ କୌଣସି ମୁଖ୍ୟ ଲାଇନ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇ ନାହିଁ। ଲୋକୋ ପାଇଲଟ ଓ ଅନ୍ୟ ରେଳବାଇ କର୍ମଚାରୀଙ୍କ ସହଯୋଗରେ ରେଳବାଇ ପୁଲିସ ମାମଲାର ତଦନ୍ତ କରୁଛି।

Comments are closed.