ଜୋହାନସବର୍ଗ: ଜୋହାନସବର୍ଗରେ ରବିବାର ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ୨ଟା ୩୮ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ଥିଲା ରିକ୍ଟର ସ୍କେଲରେ ୫.୦ । ଭୂମିକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣପୂର୍ବ ଅଞ୍ଚଳରେ ଥିବା ଅଲବଟର୍ଣ୍ଣ ଠାରୁ ୬ କିଲୋମିଟର ଦୂରରେ ରହିଛି ।
ଦକ୍ଷିଣ ଆଫ୍ରିକାର ଏକ ବଡ ସହର ଏବଂ ବ୍ୟାବସାୟିକ ପେଣ୍ଠସ୍ଥଳୀ ହେଉଛି ଜୋହାନ୍ସବର୍ଗ । ଭୂକମ୍ପ ପ୍ରଭାବରେ ଏଠାରେ ବଡ ବଡ କୋଠା ଘରମାନ ଥରି ଉଠିଥିଲା । ଭୂକମ୍ପ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଥିଲେ । ଅନେକ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଥିଲେ । ଯଦିଓ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ତେବେ ସୋସିଆଲ ମିଡିଆ ପୋଷ୍ଟରୁ ଜଣାଯାଇଛି, କେତେକ ଘରର କାନ୍ଥ ଭାଙ୍ଗି ଯାଇଛି ।
ଏଠି କହିରଖିବୁ, ୧୯୬୯ରେ ଏଠାରେ ବଡ ଭୂକମ୍ପ ହୋଇଥିଲା । ୱେଷ୍ଟର୍ଣ୍ଣ କେପ ଅଞ୍ଚଳରେ ଏହା ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଥିଲା ।
The South African 🇿🇦 city of Johannesburg experienced a moderate earthquake, with a preliminary magnitude of about 5.0
The tremor was widely felt not only within the city but also throughout the entire region. pic.twitter.com/ZwCcIXFFxJ
— Africa View Facts (@AfricaViewFacts) June 11, 2023
Comments are closed.