Latest Odisha News

BREAKING NEWS

ପୁରୀ ରଥଯାତ୍ରା ବେଳେ ଉଡ଼ାଇ ପାରିବେନି ଡ୍ରୋନ୍‌, ଲାଗିଲା କଟକଣା

ପୁରୀ: ଜୁନ୍ ୨୦ରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥ ଯାତ୍ରା । ବିଶ୍ୱ ନିୟନ୍ତାଙ୍କ ମାନବୀୟ ଲୀଳାଖେଳା ଦେଖିବାକୁ ଛୁଟିବ ପୁରୀକୁ ଭକ୍ତଙ୍କ ଧାଡ଼ି । ଡିଜିଟାଲ୍ ଯୁଗରେ ସମସ୍ତେ ଠାକୁରଙ୍କ ବଡ଼ଦାଣ୍ଡରେ ଉପସ୍ଥିତିକୁ ମୋବାଇଲ୍ ଓ କ୍ୟାମେରାରେ କଏଦ କରିବାକୁ ଆଗ୍ରହୀ । ହେଲେ ରଥଯାତ୍ରା ସମୟରେ ଆପଣ ପୁରୀରେ ଡ୍ରୋନ୍ ଉଡ଼ାଇ ପାରିବେ ନାହିଁ ।

ଏନେଇ ପୁରୀ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଅନଭିଜ୍ଞ ଡ୍ରୋନ୍ ଚାଳକଙ୍କ ଦ୍ୱାରା ରଥଯାତ୍ରା ସମୟରେ ଡ୍ରୋନ୍ ଉଡ଼ାଇବା ବିପଜ୍ଜନକ । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛି ପୁରୀ ପୋଲିସ ।

ସୁରକ୍ଷାକୁ ନଜରରେ ରଖି ପୁରୀରେ ଜୁନ୍ ୨୦ରୁ ଜୁଲାଇ ୧ ତାରିଖ ଯାଏ ଡ୍ରୋନ୍ ଉଡ଼ାଇବାକୁ ମନା କରିଛି ପୋଲିସ । ଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର, ୩ ରଥ ସହ ପୁରୀ ସହର ଏବଂ ବିଶେଷକରି ବଡ଼ ଦାଣ୍ଡରେ କେହି ବିନା ଅନୁମତିରେ ଡ୍ରୋନର ବ୍ୟବହାର କରିପାରିବେ ନାହିଁ ।

ଡ୍ରୋନ୍ ରୁଲ୍ସ ୨୦୨୧ ଅନୁସାରେ ପୁରୀ ଶ୍ରୀମନ୍ଦିର ରେଡ୍ ଜୋନରେ ରହିଛି । କୌଣସି ବି ପରିସ୍ଥିତି କୌଣସି ଡ୍ରୋନ ୩ ରଥର ନିକଟ ଏବଂ ଗୁଣ୍ଡିଚା ମନ୍ଦିର ଉପରେ ଉଡ଼ି ପାରିବ ନାହିଁ । ଯିଏ ବି ଅମାନ୍ୟ କରିବ ଦଣ୍ଡିତ ହେବ । ଗତବର୍ଷ ଡ୍ରୋନ୍ ଉଡ଼ାଇ ଜଣେ ୟୁଟ୍ୟୁବର ଗିରଫ ହୋଇଥିଲେ ।

Leave A Reply

Your email address will not be published.