Latest Odisha News

BREAKING NEWS

କଫି ଶପ୍‌ରେ ବସି ଅନ୍‌ଲାଇନ୍‌ରେ କଲେ ଅର୍ଡର, ୪୦୦ ବଦଳରେ ଦେଲେ ୧୯୦ ଟଙ୍କା

ବିଜ୍ଞାନର ଉନ୍ନତି କାରଣରୁ ଏବେ ସବୁକ୍ଷେତ୍ରର ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ଗୋଟିଏ ଫୋନ କଲରେ ଘର ପାଖରେ ପହଞ୍ଚି ଯାଉଛି ସବୁ ସୁବିଧା । ଲୋକଙ୍କ ପସନ୍ଦ ପାଇଁ ଏବେ ଅନ୍‌ଲାଇନ୍ ଡ଼େଲିଭରିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଦିଆଯାଉଥିବା ଅଫର ପ୍ରତି ଗ୍ରାହକମାନେ ଆକୃଷ୍ଟ ହେଉଛନ୍ତି । ତେବେ ଅନ୍‌ଲାଇନ୍ ଅର୍ଡ଼ରରୁ କିଭଳି ଅଧିକ ଫାଇଦା ଉଠାଇ ହେବ ତାକୁ ନେଇ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ନିଜ ନିଜ ତରିକା ବାହାର କରୁଛନ୍ତି । ଏହି କ୍ରମରେ ଜଣେ ଗ୍ରାହକ ଅନଲାଇନ୍ ସପିଂକୁ ଏଭଳି ବ୍ୟବହାର କରିଛନ୍ତି ଯେ, ତାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ସମ୍ପୃକ୍ତ ଯୁବକ ଜଣକ ଷ୍ଟାରବକ୍ସ କଫି ଶପ୍‌ରେ ବସି ୪୦୦ ଟଙ୍କାର କଫି ଅର୍ଡର କଲେ ଓ ସେଇଠି ହିଁ ବସି ପିଇଲେ । ଆଉ ଏହି କଫି ପାଇଁ ତାଙ୍କୁ ୪୦୦ ଟଙ୍କା ବଦଳରେ ମାତ୍ର ୧୯୦ ଟଙ୍କା ଦେବାକୁ ପଡ଼ିଲା ।

ସନ୍ଦୀପ ମଲ୍ଲ ନାମକ ଏହି ଯୁବକ ଜଣକ ଜୋମାଟୋରୁ ଷ୍ଟାରବକ୍ସ କଫି ଅର୍ଡର କରି କମ୍ ଦାମ୍‌ରେ ଏହାର ଫାଇଦା ଉଠାଇଥିଲେ । ଏହି କଫିର ଚାହିଦା ଯେତିକି ଏହାର ଦାମ୍ ମଧ୍ୟ ସେତିକି ଅଧିକ । କଫିର ଦାମ୍ ପାଖାପାଖି ୩୦୦-୪୦୦ ଟଙ୍କା ମଧ୍ୟରେ ରହିଥାଏ । ତେବେ ଅନ୍‌ଲାଇନ୍ ଫୁଡ୍ ଡେଲିଭରି ଆପ୍ ଜୋମାଟୋ, ସ୍ୱିଗିରେ ଅଧିକାଂଶ ସମୟରେ ଡିସ୍‌କାଉଣ୍ଟ କୁପନ୍ ଥାଏ ।

ଏନେଇ ସନ୍ଦୀପ କହିଛନ୍ତି ଯେ, ସେ ଷ୍ଟାରବକ୍ସରେ ବସି ୪୦୦ ଟଙ୍କାର କଫି ଅର୍ଡର କରିଥିଲେ । ହେଲେ ଜୋମାଟୋରେ ଏହାର ଦାମ୍ ୧୯୦ ଟଙ୍କା ଥିଲା । ଏହାପରେ ଷ୍ଟାରବକ୍ସ ଠିକଣାରେ ସେ କଫି ଅର୍ଡର କଲେ । ଜୋମାଟୋ ବୟ ଅର୍ଡର ପିକ୍ କରି ଷ୍ଟାରବକ୍ସରେ ତାଙ୍କୁ ଟେବୁଲ୍‌ରେ କଫି ଆଣି ଦେଇଥିଲେ । ସନ୍ଦୀପଙ୍କ ଏଭଳି ଆଇଡିଆକୁ ଅନେକ ପ୍ରଶଂସା କରିବା ସହ ଟଙ୍କା ସଞ୍ଚୟ କରିବାର ଏହା ଏକ ଭଲ ଉପାୟ ବୋଲି କହିଛନ୍ତି ।

 

Leave A Reply

Your email address will not be published.