ଆୟର୍ଲାଣ୍ଡ: ଆଜିକାଲି ମେଦବହୁଳତା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ପରିବର୍ତ୍ତିତ ଜୀବନଶୈଳୀ, ଘରେ ଓ ଅଫିସରେ କାର୍ଯ୍ୟର ଚାପ ତଥା ଖାଦ୍ୟପେୟ କାରଣରୁ ବିଭିନ୍ନ ବୟସର ଲୋକେ ମେଦବହୁଳତାର ଶୀକାର ହେଉଛନ୍ତି । ସେହି କାରଣରୁ ଜିମ୍,ବେଲି ଫ୍ୟାଟ୍ଲସ୍, ଗୋ ପରଫେକ୍ଟ ଭଳି ସଂସ୍ଥାଗୁଡ଼ିକ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି । କିନ୍ତୁ ନିଜର ମେଦବହୁଳତାକୁ କମ କରିବା ପାଇଁ ଲଗାତର ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ ଶେଷରେ କିଭଳି ପରିବାର ଲୋକେ ଚିହ୍ନି ପାରୁ ନାହାନ୍ତି,ତାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ।
ବ୍ରାଏନ୍ ଓ’କେଫ୍ ନାମକ ଜଣେ ବ୍ୟକ୍ତି ଆୟର୍ଲାଣ୍ଡର କର୍କରେ ରୁହନ୍ତି । ସେ ବହୁତ ମୋଟା । ତାଙ୍କର ଓଜନ ପ୍ରାୟ ଦେଢ କୁଇଣ୍ଟାଲ । ତାଙ୍କର ଓଜନ ବୃଦ୍ଧି ଯୋଗୁ ଘର ଲୋକ ବ୍ୟସ୍ତ ହେଉ ନ ଥିବା ବେଳେ ବ୍ରାଏନ୍ କିନ୍ତୁ ଚିନ୍ତିତ ହେଉଥିଲେ । ହଠାତ ସେ କେଉଁ ଆଡେ ଚାଲିଗଲେ । ଆଉ ୭ ମାସ ପରେ ଫେରିବା ପରେ ଘର ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସେ ଏତେ ପତଳା ହୋଇଯାଇଥିଲେ ଯେ, ଘର ଲୋକ ତାଙ୍କୁ ଚିହ୍ନି ପାରିଲେ ନାହିଁ । ତାଙ୍କର ଓଜନ ସେ କେମିତି ହ୍ରାସ କଲେ ସେନେଇ ବ୍ରାଏନ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ବ୍ରାଏନ୍ କହିଛନ୍ତି ଯେ, ମୋର ଓଜନ ୧୫୦ କିଲୋ ଥିଲା । ଏହାକୁ ନେଇ ମୁଁ ବିବ୍ରତ ହେଉଥିଲି । ଘରେ ରହିଲେ ଓଜନ କମିବା କଷ୍ଟକର । ତେଣୁ ମୁଁ ପରିବାରଠାରୁ ଦୂରରେ ରହିଲେ ହିଁ ଓଜନ ହ୍ରାସ ହେବ ବୋଲି ଭାବିଲି । ହଠାତ୍ ଘର ଛାଡ଼ି ସ୍ପେନ୍ ଚାଲିଗଲି । ଏହି ସମୟ ମଧ୍ୟରେ ସେ କାହା ସହିତ ଯୋଗାଯୋଗ କରି ନ ଥିଲେ । ମୁଁ ନିୟମିତ ଉଭୟ ଡାଏଟିଂ ଏବଂ ବ୍ୟାୟାମ କରିଲି । ପ୍ରଥମ ୬ ମାସ ମୋ ପାଇଁ ବହୁତ କଷ୍ଟଦାୟକ ଥିଲା । ଦୌଡ଼ିବା, ପହଁରିବା ଏବଂ ଭାରୋତ୍ତୋଳନ ମୋତେ ସାହାଯ୍ୟ କଲା । ୭ମାସ ଧରି ମୁଁ ଏସବୁ କରି ଓଜନ ହ୍ରାସ କରିବାରେ ସକ୍ଷମ ହେଲି । ୭ ମାସ ପରେ ଘରକୁ ଫେରିବା ବେଳକୁ ମୋର ଓଜନ ୬୩ କିଲୋଗ୍ରାମ କମି ଯାଇଥିଲା । ଆଉ ଘର ଲୋକ ମୋତେ ଦେଖି ଚିହ୍ନି ପାରିଲେ ନାହିଁ ।
Comments are closed.