ପୁରୀ: ଆଜି (ସୋମବାର) ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ସାକାଳ ସାଢେ ଦଶଟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ୨୦୨୩-୨୪ ବର୍ଷର ବଜେଟ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି। ବୈଠକରେ ଦୁଇଟି ପର୍ଯ୍ୟାରେ ହେବାକୁ ଥିବା ବେଳେ ଅପରାହ୍ନରେ ଦ୍ଵିତୀୟ ଅଧିବେଶନ ହେବ। ଏଥିରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ଭିଡିଓ ଫୁଟେଜ ଅନୁଧ୍ୟାନ ସହ ଏଥିରେ ଥିବା ତ୍ରୁଟି ସମୀକ୍ଷା କରାଯିବ। ଆଗାମୀ ରଥଯାତ୍ରାରେ ଯେଭଳି ଏହି ତୃଟିର ପୁନରାବୃତ୍ତି ନହୁଏ ସେନେଇ ବୈଠକରେ ଆଲୋଚନା ହେବ।
ଏଥିସହିତ ଦ୍ୱୀତିୟ ଅଧିବେଶନରେ ଚଳିତ ବର୍ଷର ରଥଯାତ୍ରା ନେଇ ପ୍ରସ୍ତୁତି ଓ ସମୀକ୍ଷା ହେବ।ପରିଚାଳନା କମିଟି ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ଅନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି। ଏହି ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଏସ୍ପି ଡ.କନୱର ବିଶାଳ ସିଂ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ।
ସେହିପରି ଜୁନ ୨୦ ତାରିଖ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ମଙ୍ଗଳବାର ଦିନ ତୃତୀୟ ତଥା ଶେଷ ସମନ୍ୱୟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବୈଠକରେ ଭର୍ଚୁଆଲ୍ ମାଧ୍ୟମରେ ଅଧ୍ୟକ୍ଷତା କରିବେ। ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ରଥଯାତ୍ରା ପ୍ରସ୍ତୁତି ନେଇ ନିଜର ମତ ରଖିବେ ବୋଲି ସୂଚନା ମିଳିଛି।
Comments are closed.