Latest Odisha News

୧୫୦ ବର୍ଷ ପୁରୁଣା ଖଟ: ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

ରାଜସ୍ଥାନ: ରାଜସ୍ଥାନସ୍ଥିତ ବିକାନେର୍ ଅଞ୍ଚଳ ତାହାର କଳା ସଂସ୍କୃତି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଏଠାରେ ଖଟ ସଂସ୍କୃତି ସମଗ୍ର ବିଶ୍ୱରେ ପରିଚୟ ସୃଷ୍ଟି କରିଛି । କିଛି କିଛି ସ୍ଥାନରେ ଚାରି ଗୋଡ଼ ଖଟ ତ ଆଉ କେଉଁଠି ସାତ ଗୋଡ ବିଶିଷ୍ଟ ଖଟ ଦେଖିବାକୁ ମିଳିଥାଏ । ବିକାନେରରେ ଏପରି ଏକ ଖଟ ଅଛି, ଯାହା ଚାରି କିମ୍ବା ସାତ ନୁହେଁ ବରଂ ନଅ ଗୋଡ ବିଶିଷ୍ଟ । ଆମେ ବିକାନେରର ଦାସାନିଆ ଅଞ୍ଚଳରେ ରହିଥିବା ଖଟ ବିଷୟରେ କହୁଛୁ । ଏହି ଖଟ ହେଉଛି ବିକାନେରର ସବୁଠାରୁ ବଡ ଏବଂ ୯ ଗୋଡ଼ ବିଶିଷ୍ଟ ଖଟ । ଏଥିରେ ସ୍ଥାନୀୟ ଲୋକେ ବସି ସକାଳ ଓ ସନ୍ଧ୍ୟାରେ ଗପସପ କରିଥାନ୍ତି । ଏହି ଖଟକୁ ଦେଖିବାକୁ ଦେଶ ଓ ବିଦେଶୀରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

ଏହି ଅଞ୍ଚଳର ବାସିନ୍ଦା ଦେବେନ୍ଦ୍ର କୁମାର ଦାସାନୀ କହିଛନ୍ତି ଯେ, ଏହି ଖଟ ହେଉଛି ପ୍ରାୟ ୧୫୦ ବର୍ଷ ପୁରୁଣା । ସବୁ ଶ୍ରେଣୀର ଲୋକମାନେ ଏହା ଉପରେ ବସିଥା’ନ୍ତି । ଏହି ଖଟର ଉଚ୍ଚତା ଚାରି ଫୁଟ ଏବଂ ଲମ୍ବ ୧୨ ରୁ ୧୪ ଫୁଟ । ଗାଁରେ କିଛି ଅସୁବିଧା ହେଲେ ଏହି ଖଟ ଉପରେ ବସି ସମାଧାନ କରାଯାଇଥାଏ । ଏଠାକାର ଲୋକେ କୁହନ୍ତି ଯେ ଏହି ଖଟ ନବଗ୍ରହର ଗୁରୁତ୍ୱ ଅନୁଯାୟୀ ତିଆରି କରାଯାଇଛି । ଏହି ଖଟ ସାଗୱାନ୍ କାଠରେ ତିଆରି ହୋଇଛି । ଏହା ଉପରେ ପ୍ରାୟ ୨୫ ଜଣରୁ ଅଧିକ ଲୋକ ଏକାସାଙ୍ଗରେ ବସିପାରିବେ । ଏହା ଅଞ୍ଚଳର ମଝିରେ ହିଁ ରହିଛି, ଯେଉଁଠାରେ ସମସ୍ତଙ୍କ ଘର ଦୃଶ୍ୟମାନ ହୁଏ ।

Comments are closed.