ଇନ୍ଦୋର: ବାଜା ବଜାଇ, ନାଚି ନାଚି ଘୋଡ଼ା ଉପରେ ବସି ଆସିଲେ ବ୍ୟକ୍ତି । ତାଙ୍କ ସହିତ ଆଉ କିଛି ଲୋକ ନାଚରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ଆସି ପହଞ୍ôଚଥିଲା ଇନ୍ଦୋରର ଦେବୀ ଅହିଲିଆ ବିଶ୍ୱବିଦ୍ୟାଳୟରେ । ବାଣ ଓ ନାଚ ଗୀତରେ ପରିବେଶ ପୂରା ବଦଳିଗଲା । ହେଲେ ବିଶ୍ୱବିଦ୍ୟାଳୟ ଭିତରେ ଏ କି ଶୋଭାଯାତ୍ରା ଭାବି ଲୋକେ ଦ୍ୱନ୍ଦ୍ୱରେ ପଡ଼ିଲେ । ଆଉ ଘଟଣା ଯେତେବେଳେ ପୂରା ଜାଣିଲେ ଆଶ୍ଚର୍ଯ୍ୟ ହୋଇଗଲେ ।
୬୦ ବର୍ଷୀୟ ଜଣେ ବ୍ୟକ୍ତି କୁର୍ତ୍ତା ପାଇଜାମା ପିନ୍ଧିଥିଲେ । ମୁଣ୍ଡରେ ପଗଡ଼ି ବାନ୍ଧିବା ସହ ବେକରେ ଫୁଲମାଳ ପକାଇଥିଲେ । ନିଜକୁ ଠିକ୍ ବର ପରି ସଜେଇଥିଲେ । ବାଜା ବଜାଇ, ବାଣ ଫୁଟାଇ, କିଛି ଲୋକଙ୍କ ସହ ନାଚି ନାଚି ଆସିଥିଲେ ଇନ୍ଦୋରର ଦେବୀ ଅହିଲିଆ ବିଶ୍ୱବିଦ୍ୟାଳୟକୁ । ସମସ୍ତ ପିଲା ଓ କର୍ମଚାରୀ ଦେଖିବାକୁ ଭିଡ଼ ଜମାଇଲେ । ସମସ୍ତଙ୍କ ଧ୍ୟାନ ବର ଉପରେ ଥିଲା, କାରଣ ୬୦ ବର୍ଷ ବୟସରେ ପୁଣି ବରବେଶରେ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ।
ବାସ୍ତବରେ ଏହି ସମସ୍ତ ବ୍ୟବସ୍ଥା ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀଙ୍କୁ ବିଦାୟ ଦେବା ପାଇଁ ଉଦ୍ଦିଷ୍ଟ ଥିଲା । ସାଧାରଣତଃ ସରକାରୀ ବିଭାଗରେ ଅଧିକାରୀ ଏବଂ କର୍ମଚାରୀଙ୍କ ଅବସର ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫୁଲତୋଡ଼ା ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥାଏ । କିନ୍ତୁ ଼ଏବିବି ଆରଏନଟି ମାର୍ଗରେ ଅବସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ଏହି ବିଦାୟ ସମାରୋହ ଟିକେ ନିଆରା ଥିଲା ।
ଏଠାରେ ବିଶ୍ୱବିଦ୍ୟାଳୟର କର୍ମଚାରୀ ବାନେସିଂହ ସୋଲାଙ୍କିଙ୍କର ବିଦାୟ ସମାରୋହ ଥିଲା । ବାନେସିଂହ ଜଣେ ଗାଡ଼ି ଡ଼୍ରାଇଭର ଥିଲେ । ପରେ ଏହି କାର୍ଯ୍ୟକ୍ରମରେ ଆସି ପହଞ୍ôଚଥିଲେ ବିଶ୍ୱବିଦ୍ୟାଳୟର କୁଳପତି ଡ଼. ରେନୁ ଜୈନ । ସମସ୍ତେ ଶୋଭାଯାତ୍ରା କରି ବିଶ୍ୱବିଦ୍ୟାଳୟ ପରିସରରେ ବୁଲିଥିଲେ । ଶେଷରେ ଅଡିଟୋରିୟମରେ ଏକ ଆନୁଷ୍ଠାନିକ ବିଦାୟ ସମାରୋହ ଆୟୋଜିତ ହୋଇଥିଲା । ଏପରି ନିଆରା ବିଦାୟ ସମ୍ବର୍ଦ୍ଧନା ସମାରୋହ ଏବେ ଖୁବ୍ ଆଲୋଚନାର ବିଷୟ ପାଲଟିଛି ।
Comments are closed.