କଟକ: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ସୋମବାର ସନ୍ଧ୍ୟାରେ ବିଜୁଳି, ଘଡ଼ଘଡ଼ି ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି।
ଏହାର ପ୍ରଭାବରେ କଟକରେ ବିଭିନ୍ନ ସ୍ଥାନରେ ଗଛ ପଡିଯିବା ସହ ବିଦ୍ୟୁତ ଖୁଣ୍ଟ ନଇଁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଅନେକ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ବିଜୁଳି ଖୁଣ୍ଟ ନଇଁ ପଡିବାରୁ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି।
ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜଧାନୀରେ ଆଜି ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୪୬.୧ ଡିଗ୍ରୀ ସହ ପ୍ରଥମ ସ୍ଥାନରେ ରହିଛି।
ତେବେ ସନ୍ଧ୍ୟାରେ ପାଗରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଥିବାରୁ ଭୁବନେଶ୍ୱର ଓ କଟକବାସୀଙ୍କୁ ଆଶ୍ୱସ୍ତି ମିଳିଛି। କଟକରେ ଘଡ଼ଘଡ଼ି ସହ ବିଜୁଳି ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିଥିଲା।
ସେହିପରି କାଳବୈଶାଖୀ ପ୍ରଭାବରେ ସିଲଭର ସିଟିରେ ବର୍ଷା ହୋଇଛି। ଦୁର୍ଭାଗ୍ୟବଶତଃ ପ୍ରବଳ ପବନ ଯୋଗୁଁ ଅନେକ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି।
Comments are closed.