ଭୁବନେଶ୍ୱର:ରଖିଥିଲେ ଆୟ ବହିର୍ଭୁତ ସମ୍ପତ୍ତି । ବାନ୍ଧିନେଲା ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ଘରୁ ଆଖି ଟେରା ହେଲା ପରି ସମ୍ପତ୍ତି ପାଇବା ପରେ ତାଙ୍କୁ ମଙ୍ଗଳବାର ଗିରଫ କରି ନେଇଛି ଭିଜିଲାନ୍ସ । ଏହି କୋଟିପତି ଯନ୍ତ୍ରୀ ଜଣକ ହେଲେ କଟକ ସଦର ବ୍ଲକ୍ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ । ତାଙ୍କର ଏସବୁ ସମ୍ପତ୍ତି ଆୟ ବହିର୍ଭୂତ ସମ୍ପତ୍ତି ବୋଲି ଜାଣିବା ପରେ ଗିରଫ କରିଛି ଭିଜିଲାନ୍ସ । ଚଢଉ କରୁଥିଲା ଭିଜିଲାନ୍ସ ଟିମର କହିବା ଅନୁଯାୟୀ, ଏହା ତାଙ୍କ ରୋଜଗାରର ୧୮୩ ପ୍ରତିଶତ ଅଧିକ ।
ତାଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି, ଏକଧିକ ପ୍ଲଟ, ବହୁତଳ ପ୍ରାସାଦ, ଚାମୀ ଗାଡି, ଟଙ୍କା, କାର, ସୁନାରୂପା ଅଳଙ୍କାର ଏବଂ ବ୍ୟାଙ୍କ ବାଲାନ୍ସ ଦେଖି ଆଖି ଖୋସି ହୋଇ ଯାଇଥିଲା ଭିଜିଲାନ୍ସ ଟିମର । ସହକାରୀ ଯନ୍ତ୍ରୀ ଶ୍ରି ଭୂୟାଁଙ୍କ ଘରୁ ଜବତ ହୋଇଥିବା ସମ୍ପତ୍ତି ହେଲା-
-ସୗେଭାଗ୍ୟ ନଗରରେ ୩,୨୦୦ ବର୍ଗଫୁଟରେ ଥିବା ପ୍ଲଟ ନଂ ୧୧୧୬ ଦୁଇମହଲା ଘର
୨-କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ରହିଛି ୭ଟି ଜମି
୩-୧୨.୬୨ ଲକ୍ଷର ବ୍ୟାଙ୍କ ଜମା
୪-୩୮ ଲକ୍ଷ ଟଙ୍କାର ସୁନା ଓ ରୂପା ଗହଣା
୫-ଇନଭେଷ୍ଟମେଣ୍ଟ କରାଯାଇଥିବା ୧.୨୩ ଲକ୍ଷ ଟଙ୍କାର କ୍ରିପ୍ଟୋ କରେନ୍ସି
୬-ଗୋଟିଏ ଚାରି ଚକିଆ ଯାନ ଏବଂ ୩ଟି ଦୁଇ ଚିଆ ଗାଡି ଯାହାର ମୂଲ୍ୟ ୧୩.୪୦ ଲକ୍ଷ
Comments are closed.