Latest Odisha News

BREAKING NEWS

ଫ୍ରାନ୍ସରେ ମୋଦୀ, କାଶ୍ମୀର ପ୍ରସଙ୍ଗ ଉପରେ ଟ୍ରମ୍ପଙ୍କ ସହ କରିପାରନ୍ତି ଆଲୋଚନା

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଫ୍ରାନ୍ସର ବିଏରିଜଠାରେ ପହଞ୍ଚିଛନ୍ତି ।

ସୁତ୍ରରୁ ପ୍ରକାଶ ଯେ, ସେଠାରେ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଆନ୍ତର୍ଜାତୀୟ ସ୍ତରରେ ଉଠାଉଥିବାବେଳେ ଏହି ସାକ୍ଷାତକାର ସମୟରେ ଟ୍ରମ୍ପ କାଶ୍ମୀରକୁ ନେଇ ମୋଦୀଙ୍କ ଅଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିପାରନ୍ତି ।

ମିଳିଥିବା ସୂଚନାନୁଯାୟୀ ଏହି ଅଧିବେଶନରେ ମୋଦୀ ଜଳବାୟୁ, ଜୈବ ବିବିଧତା, ସମୁଦ୍ର ଏବହ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଆଦି ପ୍ରସଙ୍ଗ ଉପରେ ଭାଗ ନେବେ । ଆହୁରି ମଧ୍ୟ ଦେଶଗୁଡିକ ମଧ୍ୟରେ ପ୍ରତିରକ୍ଷା, ଆଣବିକ ଓ ଆତଙ୍କବାଦ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି ।

ଏହି ସମ୍ମିଳନୀରେ ଫ୍ରାନ୍ସ, ଜର୍ମାନ, ୟୁକେ, ଇଟାଲୀ, ଆମେରିକା, କାନାଡା ଓ ଜାପାନ ଭଳି ୭ଟି ଦେଶର ରାଷ୍ଟ୍ରମୁଖ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.