Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୪୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ପ୍ରକୃତରେ ଜାହାଜରୁ ଯାତ୍ରୀମାନଙ୍କୁ ନିଷ୍କାସନ କରିବାର ବିଭିନ୍ନ ପ୍ରକାର ଦାୟିତ୍ୱ, ଯେମିତିକି ଲାଇଫ୍‌ ବୋଟ୍ ଖୋଲିବା, ରକେଟ୍ ଫୁଟେଇ ପାଖରେ ଥିବା କୌଣସି ଜାହାଜକୁ ନିଜ ସଙ୍କଟ ବିଷୟରେ ସୂଚନା ଦେବା, ଏକ ନିର୍ଦ୍ଦିଷ୍ଟ ଦୂରତା ଭିତରେ ଥିବା ସବୁ ଜାହାଜ ମାନଙ୍କୁ ସାହାଯ୍ୟ- ଭିକ୍ଷା ସୂଚକ ବାର୍ତ୍ତା ଦେବା, ଇତ୍ୟାଦି, ଇତ୍ୟାଦି ତୁଲଉଥିବା କର୍ମଚାରୀମାନଙ୍କୁ ସେ ସମ୍ବୋଧିତ କରୁଥିଲେ ।

“ବର୍ତ୍ତମାନ ଯାତ୍ରୀ ନିଷ୍କାସନର ଯୋଜନା ବିଷୟରେ ମୁଁ ଆପଣମାନଙ୍କୁ ଅବଗତ କରେଇବି । ଲାଇଫ୍ ବୋଟ୍ ଖୋଲିବା ଏବଂ ରକେଟ୍ ଫୁଟେଇବା ପାଇଁ ମୁଁ ନିର୍ଦ୍ଦେଶ ଦେଇସାରିଛି । କେବଳ ଗୋଟିଏ ସମସ୍ୟା ହେଉଛି ଯେ ଯାତ୍ରୀମାନଙ୍କୁ କେମିତି ଠିକ୍ ଭାବରେ ସମ୍ଭାଳି ହେବ! ସେମାନେ ଅବଶ୍ୟ ଆତଙ୍କିତ ହେବେ । କିନ୍ତୁ ଏଭଳି ଏକ ବିପଜ୍ଜନକ ପରିସ୍ଥିତିରେ ଆତଙ୍କିତ ହେବାଟା ଭୟାନକ ସାବ୍ୟସ୍ତ ହୋଇପାରେ । ତେଣୁ ମୁଁ ଆଶା କରିବି, ଯେ ପରିସ୍ଥିତିକୁ ନିୟବଣାଧୀନ ରଖିବାପାଇଁ ଆପଣମାନେ ସମସ୍ତେ ଯଥାସାଧ୍ୟ ଚେଷ୍ଟା କରିବେ । କେବଳ ତଳ ଏବଂ ଦ୍ୱିତୀୟ ଡେକ୍‌ରୁ ହିଁ ଯାତ୍ରୀମାନଙ୍କୁ ଲାଇଫ୍‌ବୋଟ୍‌କୁ ଛଡ଼ାଯିବ । କୌଣସି ବି ଉଦ୍ଦେଶ୍ୟରେ ମୁଖ୍ୟ ଡେକ୍ ବ୍ୟବହାର କରିବା ସଂପୂର୍ଣ୍ଣ ବାରଣ ରହିବ । ସେଠାରେ ଅଳ୍ପ କେତେଜଣ ଜାହାଜ କର୍ମଚାରୀଙ୍କୁ ମୁଁ ନିୟୋଜିତ କରିବି, ଯେଉଁମାନେ ଯାତ୍ରୀମାନଙ୍କ ଗହଳି କମିଗଲା ପରେ ହିଁ ତଳକୁ ଆସିବେ ।

ଆଉ ମାତ୍ର ଅଧଘଚାାଏ ଭିତରେ ଆମେ ବରଫ ପାହାଡ଼ରେ ପିଟିହେବା । ପାହାଡ଼ଟି ସିଧାସଳଖ ଜାହାଜ ରାସ୍ତାରେ ଆସୁ ନଥିବାରୁ ଷ୍ଟାର୍‌ବୋର୍ଡ଼ର ବାମ ପାଶ୍ୱର୍ ଏଥିରେ ପିଟି ହେବ । କେଉଁ କ୍ୟାବିନ୍‌ରୁ, କୋଉ ବାଟ ଦେଇ ଜରୁରୀ ପରିସ୍ଥିତିରେ ବାହାରିବାକୁ ହେବ, ସେ ବିଷୟରେ ଆମେ ସମସ୍ତଙ୍କୁ ଏକରକମ ଅଭ୍ୟାସ କରେଇ ସାରିଛେ । ଏବେ ମୁଁ ପୁଣିଥରେ କିଏ କୋଉ ଦାୟିତ୍ୱରେ ଅଛନ୍ତି, ସେ ବିଷୟରେ ସୂଚନା ଦେଉଛି । ମିଲାନ୍ ଓ ଆନ୍ଥୋନୀ- ତମେ ଦୁହେଁ ‘ଖ’ ପ୍ରସ୍ଥାନ ଦ୍ୱାର ପାଖରେ ସଜାଗ ରହିବ । ସେ ଦ୍ୱାର ଦେଇ ଦ୍ୱିତୀୟ ଡେକ୍‌ର କ୍ୟାବିନ୍ ମାନଙ୍କର ଦକ୍ଷିଣ-ପୂର୍ବ ପଟୁ ହିଁ ଯାତ୍ରୀମାନେ ଯିବେ । ତମମାନଙ୍କୁ ଲାଇଫ୍ ଜ୍ୟାକେଟ୍‌ ଥିବା ପେଟି ଧରେଇ ଦିଆଯିବ । ସମସ୍ତ ଯାତ୍ରୀ ବାହାରିବା ପୂର୍ବରୁ ଠିକ୍ ଭାବରେ ଜ୍ୟାକେଟ୍‌ ପିନ୍ଧିଛନ୍ତି ବୋଲି ନିଶ୍ଚିତ କରେଇବା, ତୁମମାନଙ୍କ ଦାୟିତ୍ୱ । ବୁଝିପାରିଲ? ଠିକ୍ ଅଛି ।

କ୍ରମଶଃ

Comments are closed.