Latest Odisha News

BREAKING NEWS

ରାତିରେ ରଜ ଆସର, ସକାଳୁ ଦୁଃଖର ସାଗର, ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ଗଣ ପର୍ବ ରଜ ପାଇଁ ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମମେହୀଙ୍କ ପୀଠରେ ଚାଲିଥିଲା ରଜ ମହୋତ୍ସବ। ଗତକାଲିର ହସଖୁସୀର ଆସରେ ଆଜି ସକାଳେ ଦୁଃଖରେ ବଦଳି ଗଲା। ବ୍ରହ୍ମମେହୀଙ୍କ ପୀଠରେ ଲାଗିଥିବା ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେଲା।  କଟକ ଜିଲ୍ଲା ବାଙ୍କୀରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ପାଇ ପୁଲିସ ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି।

ମୃତ ଯୁବକ ହେଲେ ସାହାଡ଼ାପଦା ଗ୍ରାମର ଅନିଲ ବେହେରା। ଅନିଲ ଗତକାଲି ରାତିରେ ତାଙ୍କ ସାଙ୍ଗମାନଙ୍କ ସହିତ ରହିଥିଲେ ବୋଲି ପରିବାର ଲୋକେ କହିଥିବା ବେଳେ ଆଜି ତାଙ୍କ ଝୁଲନ୍ତା ମୃତଦେହ ମିଳିବା ପରିବାରକୁ ହତବାକ କରିଦେଇଛି। ଅନୀଲଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ତାଙ୍କୁ ଏମିତି ଗଛରେ ଟାଙ୍ଗି ଦେଇଥିବା ତାଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ବାଙ୍କୀ ଥାନା ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ହତ୍ୟା ଅଭିଯୋଗର ବି ତଦନ୍ତ କରାଯାଉଛି ବୋଲି ବୋଲି ବାଙ୍କୀ ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ କହିଛନ୍ତି। ମାମଲାରେ ପୁଲିସ ଅନୀଲଙ୍କ ସାଙ୍ଗଗମାନଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି।

Comments are closed.