Latest Odisha News

BREAKING NEWS

ଶିମିଳିପାଳରେ ଶିକାରୀଙ୍କ ଉତ୍‌ପାତ, ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

କରଞ୍ଜିଆ: ଶିମିଳିପାଳରେ ଶିକାରୀଙ୍କ ଉତ୍‌ପାତ। ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଶିକାରୀ। ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣରେ ଶିକାରୀଙ୍କ ଗୁଳିରେ ପୁଣି ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ କର୍ମଚାରୀ ହେଲେ ନାମ ମାଟିଆ ହାଁସଦା (୪୫)।ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଛି। ଶ୍ରୀ ହାଁସ୍‌ଦା ସେ କେନ୍ଦୁମୁଣ୍ଡି ରେଞ୍ଜ ବାରାହକାମୁଡ଼ାର ଫରେଷ୍ଟର ଥିଲେ।

ମିଳିଥିବା ସୂଚନା ଅନୁସାରେ, ରାତିରେ ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ୬ ଜଣ ଶିକାରୀ ସେମାନଙ୍କୁ ଗୁଳି କରିଥିଲେ। ଏଥିରେ ମାଟିଆ ହଁ।ସଦାଙ୍କ ଦେହରେ ଗୁଳିଟିଏ ବାଜିବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ। ଏହାପରେ ତୁରନ୍ତ ତାଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏହି ଗୋଟିଏ ଘଟଣା ନୁହେଁ, ଗତ ମେ ମାସରେ ମଧ୍ୟ ଏମିତି ଜଣେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଶିକାରୀ। ଏଥିରେ ବାରିପଦା ଟାଉନ୍‌ ଥାନା ଭଞ୍ଜପୁର ଅଞ୍ଚଳରେ ବିମଳ କୁମାର ଜେନା ନାମକ ଜଣେ ବନରକ୍ଷୀଙ୍କର ମୃତ୍ୟୁ ହୋଇଥିଲା। ବିମଳ ଜେନାଙ୍କ ମୃତ୍ୟୁ ପରେ ଶିକାରୀମାନଙ୍କୁ ଧରିବାକୁ ମୟୂରଭଞ୍ଜ ଜିଲ୍ଲା ପୁଲିସର ସ୍ପେଶାଲ୍‌ ସ୍କ୍ୱାଡ୍‌କୁ ସର୍ଚ୍ଚ ଅପରେସନ ଚଳାଇଥିଲା।  ଜଙ୍ଗଲରେ ଦୀର୍ଘ ୪୮ ଘଣ୍ଟାର କମ୍ବିଂ ଅପରେସନ୍ ଓ ବିଭିନ୍ନ ସ୍ଥାନରେ ଖାନତଲାସ ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ବନ୍ଧୁକ ଓ ଅଫୁଟା ଗୁଳି ମଧ୍ୟ ଜବତ କରାଯାଇଛି।

Comments are closed.