ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦକୁ ନେଇ ପୁଣି ଦେଖା ଦେଇଛି ଦ୍ୱନ୍ଦ୍ୱ । ପଦ ଛାଡ଼ି ପାରନ୍ତି ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ । ତାଙ୍କର ଏକ ଅଭଭାଷଣରେ ସେ ନିଜେ ଏହିକଥା କହିଛନ୍ତି । ସେ କହିଛନ୍ତି, ତାଙ୍କର ଭାଇ ତଥା ପିଏମଏଲ-ଏନ ସୁପ୍ରିମୋ ନୱାଜ ସରିଫ ସ୍ୱଦେଶ ଫେରିବା ପରେ ୪ର୍ଥ ପାଇଁ ପ୍ରଧାନମନ୍ତ୍ରୀ ହେବେ ।ଦ ନ୍ୟୁଜ ରିପୋର୍ଟ ଅନୁସାରେ, ପିଏମଏଲ-ଏନ ସେଣ୍ଟ୍ରାଲ ଜେନେରାଲ କାଉନସିଲ କହିଛି, ଏଠାରେ ଏକ ବୈଠକରେ ଦଳ ଭିତରେ ହୋଇଥିବା ଏକ ମତଦାନରେ ଆସନ୍ତା ୪ ବର୍ଷ ପାଇଁ ଶାହବାଜ ଦଳର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ।
ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶାହବାଜ କହିଛନ୍ତି, ସେ ବିଦେଶରୁ ଫେରବା ପରେ ନବାଜ ଶରୀଫଙ୍କୁ ପିଏମଏଲ-ଏନ ଅଧ୍ୟକ୍ଷ ପଦ ଦାୟିତ୍ୱ ଦେବେ । ଶାହବାଜ କହିଚନ୍ତି,ନୱାଜ ସରିଫ ଆଧୁନିକ ପାକିସ୍ତାନର ନିର୍ମାତା । ସେ ତାଙ୍କ କାର୍ଯ୍ୟକାଳ ସମୟରେ ଶକ୍ତିର ଅଭାବକୁ ଦୂର କରିପାରିଥିଲେ । ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ବିକାଶ କରିପାରିଥିଲେ । ସଡକ ନିର୍ମାଣଠାରୁ ଆରମ୍ଭ କରି କୃଷି, ଉଦ୍ୟୋଗ ଏବଂ ଅର୍ଥବ୍ୟବସ୍ଥା ପରି ଅନ୍ୟ ମହତ୍ୱପୂର୍ଣ୍ଣ କ୍ଷେତ୍ରର ବିକାଶ କରିଥିଲେ ।
ବୈଠକକୁ ସମ୍ବୋଧନ କରି ଶାହବାଜ କହିଥିଲେ, ସେ ତାଙ୍କର ବଡ ଭାଇଙ୍କ ପାକିସ୍ତାନ ଫେରିବାକୁ ଅପେକ୍ଷା କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ୨୦୧୯ ନଭେମ୍ବର ମାସରୁ ଲଣ୍ଡନରେ ନିଜକୁ ନିଜେ ନିର୍ବାସିତ କରି ଅଛନ୍ତି । ସୂଚନାଥାଉ କି, ଶାହବାଜକୁ ଦଳର ଦାୟିତ୍ୱ ନୱାଜଙ୍କୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ କରାଯିବା ପରେ ଦିଆ ଯାଇଥିଲା ।
ଶାହବାଜ ଆହୁରି କହିଛନ୍ତି, ଦଳ ପାଇଁ ଯୁବା ନେତୃତ୍ୱର ଆବଶ୍ୟକତା ରହିଛି । ଏଥିସହିତ ସେ ମରିୟମ ନବାଜଙ୍କ ପରିଶ୍ରମ ପାଇଁ ତାଙ୍କୁ ଖୁବ ପ୍ରଶଂସା ବି କରିଥିଲେ । ଶାହବାଜ କହିଥିଲେ, ସମସ୍ତେ ଦେଖିବେ, ନୱାଜ ସରିଫ ପାକିସ୍ତାନ ଫେରିବା ପରେ ରାଜନୀତିର ନକ୍ସା ବଦଳି ଯିବ । ଏବେ ଦେଶରେ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି । ତେଲ ଦର ଆକାଶଛୁଆଁ । ଏବେ ମିଳିତ ସରକାର ଏହି କଠିନ ସମୟକୁ ସାମ୍ନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
BREAKING NEWS
- Shukra Nakshatra Gochar:ଶୁକ୍ର କରିବେ ନକ୍ଷତ୍ର ପରିବର୍ତ୍ତନ;ମକର ସମେତ ଏହି ରାଶିମାନଙ୍କର ଫିଟିବ ଭାଗ୍ୟ
- ଦୁରନ୍ତୋ ଏକ୍ସପ୍ରେସର ଶୌଚାଳୟରେ କର୍ମଚାରୀ ବାସନ ଧୋଇବାର ଭିଡିଓ ସାମ୍ନାକୁ ଆସିବା ପରେ ରେଳବାଇକୁ ନୋଟିସ ଜାରି କଲା FSSAI
- ଆରମ୍ଭ ହେଲା SIR; ପ୍ରଥମ ଦିନରେ ୨ଲକ୍ଷ ୫୯ହଜାରରୁ ଅଧିକ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ
- Odisha Vigilance: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ବନ୍ଧାହେଲେ ସମବାୟ ଅଧିକାରୀ
- ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଏନଏଚଆରସି ଟିମ୍
- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖସିଲା ଛାତର ସିଲିଂ;ଅଳ୍ପକେ ବର୍ତ୍ତିଲେ ରୋଗୀ
- ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଝଟକା, ଚାର୍ଜ ଫ୍ରେମ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ
- ଇକୋଲାଇମ୍+: ଶିଳ୍ପ ଆବର୍ଜନା ପାଲଟିଲା ସମାଧାନ, ଓଡ଼ିଶାର ଅମ୍ଳୀୟ ମାଟିରେ ହେବ ୧୦-୧୫% ଡିଏପି ସଞ୍ଚୟ
- Cotton Import Custom Duty:ବୟନ ଶିଳ୍ପକୁ ସରକାରଙ୍କ ବଡ଼ ଉପହାର;କପା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼
- ଗୋଟିଏରୁ ଅଧିକ ପାନ କାର୍ଡ ରଖିବା ପଡିପାରେ ମହଙ୍ଗା, ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା
Comments are closed.