ଭୁବନେଶ୍ୱର: ଶନିବାର କଟକ ଜିଲ୍ଲାର ମହାଙ୍ଗା ବ୍ଲକର ବରହିପୁର ଗ୍ରାମର ଜଣେ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଛି। କାରରେ ତାଲା ପଡିଥିବା ବେଳେ ଛୋଟ ଛୁଆଟି ଅଣ ନିଶ୍ବାସୀ ହୋଇଯିବାରୁ ମୃତ୍ୟୁ ଘଟିଛି। ମୃତ ଛୋଟ ଛୁଆ ସତ୍ୟବ୍ରତ ସ୍ବାଇଁ ସୁଭାଷ ଚନ୍ଦ୍ର ସ୍ବାଇଁ ଏବଂ ମିନତି ସ୍ବାଇଁଙ୍କ ପୁଅ ଥିଲେ।
ସତ୍ୟବ୍ରତ ବୋଧହୁଏ ତାଙ୍କ ଘର ନିକଟରେ ଅଟକି ରହିଥିବା କାରରେ ପ୍ରବେଶ କରିଥିଲେ ଏବଂ ତାଙ୍କ ପଛରେ ଥିବା କବାଟ ବେଧହୁଏ ବନ୍ଦ ହୋଇଯାଇଥିଲା। ଏହା ପ୍ରାୟ ମଧ୍ୟାହ୍ନ ୧୨ଟା ୩୦ କିମ୍ବା ଗୋଟାଏରେ ଘଟିଥିଲା। ତାଙ୍କ ପିତାମାତା ଏବଂ ପରିବାର ସଦସ୍ୟ ତାଙ୍କୁ ନିକଟସ୍ଥ ପୋଖରୀ ସମେତ ସବୁ ଜାଗାରେ ଖୋଜିଥିଲେ, କିନ୍ତୁ ସେମାନେ କାରରେ କେବେ ଖୋଜିନଥିଲେ। ତେବେ ଛୋଟ ଛୁଆଟିକୁ କାରରୁ ପାଇବା ବେଳକୁ ବହୁତ ଡେରି ହୋଇଯାଇଥିଲା। ସେ ଚେତାଶୂନ୍ୟ ହୋଇ ପଡିଥିଲା ପରେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସତ୍ୟବ୍ରତଙ୍କ ମାଆ ମିନତି କହିଛନ୍ତି ଯେ ପୁଅ କାରରେ ବାରମ୍ବାର ଖେଳେ। ଯେତେବେଳେ ଆମେ ତାଙ୍କୁ ପାଇଲୁ ନାହିଁ, ଆମେ ତାଙ୍କୁ କାରରେ ଖୋଜାଖୋଜି କଲୁ। ଆଉ ଦେଖିଲୁ ସେ କାରରେ ଶୋଇଛି । ତେଣୁ ଆମେ ଭାବୁଥିଲୁ ସେ ଭଲ ଅଛି। କିନ୍ତୁ ଯେତେବେଳେ ଆମେ ତାକୁ ଉଠାଇବାକୁ ଚେଷ୍ଟା କଲୁ କିନ୍ତୁ ସେ ନଉଠିଲା ସେତେବେଳେ ଆମେ ଭୟଭୀତ ହୋଇଗଲୁ। ଆମେ ଏହାପରେ ତାକୁ ଡାକ୍ତରଖାନାକୁ ନେଇଗଲୁ। କିନ୍ତୁ ବହୁତ ଡେରି ହୋଇଯାଇଥିଲା। ପୋଲିସ ଏବେ ଏକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଓଡିଶା ପୋଲିସ ଟ୍ବିଟ୍ କରି କହିଛି, ଅଭିଭାବକମାନଙ୍କୁ ଶିଶୁ ଏବଂ ଗୃହପାଳିତ ପଶୁମାନଙ୍କୁ ଗାଡିରେ ନଆସିବାକୁ ଚେତାବନୀ ଦେଇଛି। ଟ୍ବିଟି କରି କୁହାଯାଇଛି ଯେ ଗାଡି ଭିତରେ ଥିବା ତାପମାତ୍ରା ବାହାର ତାପମାତ୍ରାଠାରୁ ଡବଲ ହୋଇପାରେ ମାତ୍ର ୧୫ ମିନିଟରେ। ଏହା ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତର ବିପଦ ହୋଇପାରେ ଏବଂ ଏହା ସାଂଘାତିକ ମଧ୍ୟ ହୋଇପାରେ।
Comments are closed.