Latest Odisha News

BREAKING NEWS

ଜୀବନ ସଉଦା’ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ବିଶିଷ୍ଟ ସମାଜସେବୀ ତଥା ଜନନେତା ମୁରଲୀଧର ରଥଙ୍କ କର୍ମମୟ ଜୀବନ ଉପରେ ଲିଖିତ ପୁସ୍ତକ ‘ଜୀବନ ସଉଦା’ ରାଜଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଜୀବନୀ ପୁସ୍ତକ ପରବର୍ତ୍ତୀ ପୀଢ଼ି ପାଇଁ ମାର୍ଗ ଦର୍ଶନ କରେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିବା ସହ ଏଭଳି ସାଧୁ ଉଦ୍ୟମର ପ୍ରଶଂସା କରିଥିଲେ ।

ଏହି ଲୋକାପର୍ଣ କାର୍ଯ୍ୟକ୍ରମରେ ଶ୍ରୀ ରଥଙ୍କ ସମେତ ପୁସ୍ତକର ଲେଖକ ତଥା ସାହିତ୍ୟିକ ଜ୍ଞାନ ରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ସଭାପତି ପ୍ରଫେସର ସୁରେନ୍ଦ୍ରନାଥ ଦାସ, ସାହିତ୍ୟିକ ହେମନ୍ତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

 

Comments are closed.