କଟକ: ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମହିଳାଙ୍କ ହନିଟ୍ରାପରେ ଫସି 20 ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି। ପୀଡିତାଙ୍କ ପରିଚୟ ମିଳି ନ ଥିବା ବେଳେ ସେ 2018ରେ ଫେସବୁକରେ ଏହି ମହିଳାଙ୍କ ସହ ବନ୍ଧୁତା କରିଥିଲେ। ବ୍ରିଟେନର ମଞ୍ଚେଷ୍ଟରର ଲିଓନା ଜିମି ବୋଲି ଦାବି କରୁଥିବା ଏହି ମହିଳା କଟକର ଏହି ବୟସ୍କ ବ୍ୟକ୍ତି ଜଣଙ୍କ କିଛି ମାସ କଥା ହୋଇଥିଲେ ଏବଂ ଶେଷରେ ମହିଳାଙ୍କ ଦାବି ଅନୁଯାୟୀ ଟଙ୍କା ପଠାଇ ଏବେ ଫସିଛନ୍ତି।
ମହିଳା ଜଣକ ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କହିଥିଲେ ଯେ ସେ ଜଣେ ସୁନା ବ୍ୟବସାୟୀ ଏବଂ ଭାରତକୁ ଅଣାଯାଉଥିବା କିଛି ସୁନା ଉପରେ କଷ୍ଟମ ଡ୍ୟୁଟି ଦେବାକୁ ଟଙ୍କା ଦରକାର। ସଂପୃକ୍ତ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ 2018ରୁ 2022 ମଧ୍ୟରେ ଏକାଧିକ ଥର ଭାବେ ମୋଟ୍ 20.61 ଲକ୍ଷ ଟଙ୍କା ପଠାଇଥିଲେ।
ଜାନୁଆରୀ 2023ରେ ମହିଳା ଜଣଙ୍କ ପୁନର୍ବାର ପୀଡିତଙ୍କ ସହ ଯୋଗାଯୋଗ କରି ଅଧିକ ଟଙ୍କା ମାଗିଥିଲେ। ଏହାପରେ ପୀଡିତ ହୃଦୟଙ୍ଗମ କରିଥିଲେ ଯେ ତାଙ୍କୁ ପ୍ରତାରଣା କରାଯାଇଛି ଏବଂ ପରେ କଟକ ସାଇବର ପୋଲିସ ନିକଟରେ ଅଭିଯୋଗ କରିଥିଲେ।
ଏ ନେଇ ମାମଲା ରୁଜୁ ହୋଇଛି ଏବଂ ପୋଲିସ ତଦନ୍ତ କରୁଛି। ଅନଲାଇନ୍ ଠକେଇରୁ ସାବଧାନ ରହିବାକୁ ଏବଂ ଅଜ୍ଞାତ ଲୋକଙ୍କୁ ଟଙ୍କା ନ ପଠାଇବାକୁ ପୋଲିସ ଚେତାବନୀ ଦେଇଛି।
Comments are closed.