ହାଇଦ୍ରାବାଦ: ତେଲୁଗୁ ଇଣ୍ଡଷ୍ଟ୍ରିର ଅନ୍ୟତମ ଜଣାଶୁଣା କୋରିଓଗ୍ରାଫର ରାକେଶ ମାଷ୍ଟରଙ୍କ ଦେହାନ୍ତ ହୋଇଛି। ଦେହାନ୍ତ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ରାକେଶ ମାଷ୍ଟର କିଛି ଦିନ ପୂର୍ବରୁ ବିଶାଖାପାଟନମରେ ସୁଟିଂ କରୁଥିଲେ ଏବଂ ନିକଟରେ ହାଇଦ୍ରାବାଦ ଫେରିଥିଲେ। ସେ ହାଇଦ୍ରାବାଦକୁ ଫେରିବା ପରେ ଅସୁସ୍ଥ ହୋଇପଡିଥିଲେ। ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଖରାପ ହେବାକୁ ଲାଗଲା। ରବିବାର ସକାଳେ ରାକେଶ ମାଷ୍ଟରଙ୍କୁ ହାଇଦ୍ରାବାଦର ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଅପରାହ୍ନରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ରାକେଶ ମାଷ୍ଟର ଜଣେ ମଧୁମେହ ରୋଗୀ ଥିଲେ। ଡାକ୍ତରଙ୍କ ସୂଚନା ଅନୁସାରେ ରାକେଶ ମାଷ୍ଟରଙ୍କର ମଲ୍ଟି ଅର୍ଙ୍ଗାନ ଫେଲ୍ ହେବା ଯୋଗୁଁ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଡାକ୍ତରୀଦଳର ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଥିଲା। ରାକେଶ ମାଷ୍ଟରଙ୍କ ଅକାଳ ବିୟୋଗ ଖବର ଶୁଣି ସମଗ୍ର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ତେଲୁଗୁ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ନିଜର ସମବେଦନା ଜଣାଇବା ସହ କୋରିଓଗ୍ରାଫରଙ୍କ ସ୍ମୃତି ବାଣ୍ଟିଥିଲେ।
ତେଲୁଗୁ ସିନେମା ଉପରେ ରାକେଶ ମାଷ୍ଟରଙ୍କର ଅବଦାନ ବହୁତ ଥିଲା। ତାଙ୍କର ନୃତ୍ୟ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ। ଦିବଙ୍ଗତ ରାକେଶ ମାଷ୍ଟର ‘ଆଟା’ ଏବଂ ‘ଧି’ ପରି ଲୋକପ୍ରିୟ ନୃତ୍ୟ ରିଆଲିଟି ସୋରେ ଅଂଶଗ୍ରହଣ କରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କର ପ୍ରତିଭା ଏବଂ ନିଷ୍ଠା ଶୀଘ୍ର ତାଙ୍କୁ ତେଲୁଗୁ ସିନେମାରେ କାମ କରିବାକୁ ସୁଯୋଗ ଦେଇଥିଲା। ଯେଉଁଠାରେ ସେ ଅନେକ ହିଟ୍ ଗୀତ କୋରିଓଗ୍ରାଫ୍ କରିଥିଲେ। ତାଙ୍କର କ୍ୟାରିଅର୍ ସମୟରେ ସେ ୧୫୦୦ ରୁ ଅଧିକ ଚଳଚ୍ଚିତ୍ର ପାଇଁ ଗୀତ କୋରିଓଗ୍ରାଫ୍ କରିଥିଲେ।
Comments are closed.