ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଗତ ୧୬ ତାରିଖରେ ରିଲିଜ୍ ହୋଇଯାଇଛି । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ହେଲେ ଫିଲ୍ମ ରିଲିଜ୍ ହେଉ ହେଉ ବିବାଦ ଦେଖାଦେଲା । ଏହାର ପ୍ରଭାବ ଏବେ ଫିଲ୍ମ ବ୍ୟବସାୟ ଉପରେ ପଡ଼ିଛି । ଏସବୁ ଭିତରେ ଅଭିନେତ୍ରୀ କ୍ରିତି ସାନନ୍ ନିଜେ ପଢିଥିବା ଆର.କେ ପୁରମର ଦିଲ୍ଲୀ ପବ୍ଲିକ ସ୍କୁଲର ପିଲାଙ୍କୁ ମାଗଣାରେ ଫିଲ୍ମ ଆଦିପୁରୁଷ ଦେଖାଇବେ । ସମସ୍ତ ପିଲାଙ୍କ ଲାଗି ସେ ଦିଲ୍ଲୀର ଏକ ମଲ୍ଟିପ୍ଲେକ୍ସକୁ ବୁକ୍ କରିଛନ୍ତି । ଆଉ ପିଲାଙ୍କ ସହ ବସି କ୍ରିତ୍ରି ଓ ତାଙ୍କ ପରିବାର ଫିଲ୍ମ ଦେଖିବେ । ପିଲାମାନେ ମଧ୍ୟ କ୍ରିତିଙ୍କ ସହ ଫିଲ୍ମ ଦେଖିବାକୁ ଉତ୍ସାହିତ ଅଛନ୍ତି ।
ଏହି ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ,ମାଲାୟାଲମ୍, ତାମିଲ, ଏବଂ କନ୍ନଡ ଭାଷାରେ ରିଲିଜ୍ ହୋଇଛି । ଏହି ଫିଲ୍ମଟି ହାଇବଜେଟ୍ରେ ନିର୍ମିତ ହୋଇଛି । ଏଥିରେ ପ୍ରଭାସ ଭଗବାନ ରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ ସୀତାଙ୍କ ରୂପରେ ଅଭିନେତ୍ରୀ କ୍ରିତି ସାନନ୍ ଓ ରାବଣ ଭୂମିକାରେ ଶୈଫ ଅଲ୍ଲୀ ଖାନ୍ଙ୍କୁ ଦେଖିବାକୁ ମିଳିଛିି ।
Comments are closed.