Latest Odisha News

BREAKING NEWS

ପ୍ରଥମଥର ପାଇଁ ଆଇଟିଆର ଦାଖଲ କରୁଛନ୍ତି କି? ଜାଣିରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ରୋଜଗାର ଉପରେ ଆୟକର ଦେବାକୁ ପଡେ। ଆୟ ବେତନରୁ ହେଉ କିମ୍ୱା ବ୍ୟବସାୟରୁ। ଚଳିତ ବର୍ଷ ଆୟକର ରିଟର୍ଣ୍ଣ ବା ITR ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୨୩। ଏହା ପୂର୍ବରୁ ଆପଣ ଆଇଟିଆର ଦାଖଲ କରିଦେବା ଉଚିତ୍। ଯଦି ଆପଣ ଏପର୍ଯ୍ୟନ୍ତ ଆଟିଆର ଦାଖଲ କରିନାହାଁନ୍ତି ଏବଂ ଶେଷ ତାରିଖକୁ ଅପେକ୍ଷା କରୁଛନ୍ତି, ତେବେ ଏହା ଆପଣଙ୍କୁ ଅନେକ ସମସ୍ୟାରେ ପକାଇପାରେ। କାରଣ ଶେଷ ତାରିଖରେ ସର୍ଭର ଡାଉନ୍ ଥାଇପାରେ। ଯଦି ଆପଣ ଚଳିତ ବର୍ଷ ପ୍ରଥମଥର ପାଇଁ ଆଇଟିଆର ଫାଇଲ୍ କରିବାକୁ ଯାଉଛନ୍ତି, ତେବେ ଆପଣ ଅନେକ ଜିନିଷ ଉପରେ ଧ୍ୟାନ ରଖିବା ଉଚିତ୍।

ଭାରତର ଆୟକର ନିୟମରେ କେତେକ କ୍ଷେତ୍ରରେ ଆୟକର ଛାଡ଼ କରିବାକୁ ଏକ ବ୍ୟବସ୍ଥା କରାଯାଇଛି। ସର୍ବପ୍ରଥମେ ଆପଣ ନିଶ୍ଚିତ ଭାବରେ ଜାଣିବା ଦରକାର ଯେ ଆପଣଙ୍କୁ କେତେ ଟ୍ୟାକ୍ସ ଦେବାକୁ ପଡିବ। ଏଥିସହ ଆପଣ ଏହି ଟିକସ କେଉଁ କାରଣ ପାଇଁ ଦେଉଛନ୍ତି ଏବଂ ଆପଣଙ୍କୁ ଏହି ଟ୍ୟାକ୍ସରେ କେତେ ରିଟର୍ନ ଦାଖଲ କରିବାକୁ ପଡିବ।

ଫର୍ମ 16- ଆପଣ ଯେଉଁ କମ୍ପାନୀରେ କାମ କରୁଛନ୍ତି ସେହି କମ୍ପୀନୀରୁ ପ୍ରଥମେ ନିଜର ଟିଡିଏସ (TDS)ସାର୍ଟିଫିକେଟ୍ ନେବା ଉଚିତ। ଏହି ସାର୍ଟିଫିକେଟ୍ ଆପଣଙ୍କ ବେତନ ସମ୍ବନ୍ଧୀୟ ସୂଚନା ଦିଏ। ଆଇଟିଆର ଦାଖଲ କରିବା ସମୟରେ ଆପଣଙ୍କୁ ଏହି ଫର୍ମ ଦାଖଲ କରିବାକୁ ପଡିବ। ଏହି ଫର୍ମରୁ, ଆପଣ ଜାଣିପାରିବେ ଆପଣ କେତେ ଟିକସ ରିହାତି କିମ୍ବା ଛାଡ ପାଇବେ।

ଫର୍ମ 26AS- ଆଟିଆର ଦାଖଲ କରିବା ସମୟରେ ଫର୍ମ 26AS ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ଆପଣଙ୍କର ସମସ୍ତ ଆୟ ବିଷୟରେ ସୂଚନା ରହିଛି ଯାହା ଉପରେ ଟିଡିଏସ ଲଗାଯାଇଛି। ଆପଣ ଏହି ଫର୍ମକୁ ଅନଲାଇନରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଏହା ଟିଡିଏସ ରିଟର୍ନ ଷ୍ଟେଟମେଣ୍ଟ ସହିତ ଅପଡେଟ୍ ହୋଇଛି।

ବାର୍ଷିକ ସୂଚନା ବିବରଣୀ- ଆପଣଙ୍କର ଅନେକ ସୂଚନା ବାର୍ଷିକ ସୂଚନା ବିବରଣୀ (AIS) ରେ ଉପସ୍ଥିତ। ଏଥିରେ ଆପଣଙ୍କର ସୁଧ, ଡିଭିଡେଣ୍ଡ, ସମସ୍ତ ପ୍ରକାରର ଟ୍ରାଞ୍ଜାକ୍ସନ ଅନ୍ତର୍ଭୁକ୍ତ। ଏହା ସହିତ, ଆପଣଙ୍କର ମ୍ୟୁଚୁଆଲ୍ ଫଣ୍ଡ ଟ୍ରାଞ୍ଜାକ୍ସନ ସମ୍ପର୍କିତ ସୂଚନା ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି।

ଟ୍ୟାକ୍ସ ରିଜିମ- ଆଇଟିଆର ଦାଖଲ କରିବା ବେଳେ ଆପଣ କେଉଁ ଟ୍ୟାକ୍ସ ସ୍ଲାବ୍ ଚୟନ କରୁଛନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। ଯଦି ଆପଣ ପୁରୁଣା ଟିକସ ବ୍ୟବସ୍ଥା ପାଇଁ ଚୟନ କରନ୍ତି, ତେବେ ଆପଣଙ୍କୁ କିଛି ରିହାତି ଏବଂ ଟିକସ ସୁବିଧା ମିଳିବ। ସହିପରି ନୂତନ ଟ୍ୟାକ୍ସ ସ୍ଲାବରେ ଆପଣଙ୍କୁ କମ୍ ଟିକସ ହାର ପ୍ରଦାନ କରାଯାଏ।

Comments are closed.