Latest Odisha News

BREAKING NEWS

ଡିନର ଟେବୁଲରେ ଜେଜେବାପାଙ୍କ କଥା ମନେ ପକାଇଲେ ବାଇଡେନ, ହସ ରୋକି ପାରିଲେନି ମୋଦି

ୱାଶିଂଟନ:ହ୍ୱାଇଟ ହାଉସରେ ଷ୍ଟେଟ ଡିନର ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସମୟ ବ୍ୟକ୍ତିଗତ ଆଲୋଚନାରେ କଟାଇଥିଲେ । ବେଶ ହାଲ୍‌କା ଫୁଲକା ଥିଲା ଏହି ଆଲୋଚନା । ସବୁଠାରୁ ବଡ ସଂଯୋଗ ହେଲେ ଦୁଇନେତା କେହି ବି ମଦ୍ୟପାନ କରନ୍ତି ନାହିଁ । ବିନା ମଦରେ ଟୋଷ୍ଟ କେମିତି ଖାଇବ ସେ ନେଇ ତାଙ୍କ ଜେଜେ ବାପା ଦେଇଥିବା ଉପଦେଶ  ସମସ୍ତଙ୍କୁ ଶୁଣେଇଥିଲେ।

ଦୁଇ ନେତାଙ୍କ ମଧ୍ୟରେ ବେଶ ଥଟ୍ଟାମଜା ଲାଗି ରହିଥିବାବେଳେ ରାଷ୍ଟପତି ବାଇଡେନ ତାଙ୍କ ଜେଜେବାପାଙ୍କର ଉପଦେଶ ମନେ ପକାଇଥିଲେ ।

ଷ୍ଟେଟ ଡିନରରେ ସାମିଲ ହୋଇଥିବା ପ୍ରାୟ ୪୦୦ ଅତିଥିଙ୍କର ସଭା ଚାଲିଥାଏ ।ଏହି ସଭାକୁ ସମ୍ବୋଧିତ କରି ବାଇଡେନ ତାଙ୍କ ଜେଜେବାପା ଏମ୍ବ୍ରୋସ ଫିନନେଗନଙ୍କ କଥାକୁ ମନେ ପକାଇଥିଲେ । ଫିନନେଗନ କହୁଥିଲେ, ‘ଯଦି ଆପଣ ଟୋଷ୍ଟ ଦେଉଛନ୍ତି ଏବଂ ଗ୍ଲାସରେ ଆଲକୋହଲ ନାହିଁ ତେବେ ଏହାକୁ ବାମ ହାତରେ ଦେବା ଦରକାର । ଆପଣ ଭାବୁଥିବେ ମୁଁ ମଜା କରୁଛି, କିନ୍ତୁ ଏହା ସତ୍ୟ ଅଟେ’ ।

ବାଇଡେନଙ୍କର ଏହି କଥାକୁ ଯେତେବେଳେ ଅନୁବାଦକ ହିନ୍ଦୀରେ ଶୁଣାଇଥିଲେ ସେତେବେଳେ ସମସ୍ତେ ହସି ଉଠିଥିଲେ । ବାଇଡେନଙ୍କର ଏହି କଥା ହାଇ-ପ୍ରୋଫାଇଲ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକଙ୍କୁ ହସିବାକୁ ଏକପ୍ରକାର ବାଧ୍ୟ କରିଥିଲା ।

ସମସ୍ତଙ୍କୁ ଧନ୍ୟବାଦ ଦେଇ ବାଇଡେନ କହିଥିଲେ, ଜିଲ ଏବଂ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ଅଦ୍ଭୂତ ସମୟ କଟାଇଲୁ । ଆଜି ରାତିରେ ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତାର ଏକ ମହୋତ୍ସବ ପାଳନ କରୁଛୁ ।’

ପ୍ରଧାନମନ୍ତ୍ରୀ ମୋଦି ରାତ୍ରି ଭୋଜନରେ ଆପ୍ୟାୟିତ କରିଥିବାରୁ ରାଷ୍ଟ୍ରପତି ବାଇଡେନ ଓ ପ୍ରଥମ ମହିଳା ଜିଲା ବାଇଡେନଙ୍କୁ ଧନ୍ୟବାଦ ଦେଇଥିଲେ । ଏଥି ସହ ତାଙ୍କ ଯାତ୍ରାକୁ ସଫଳ କରିବା ପାଇଁ ପ୍ରଥମ ମହିଳା ଜିଲ ବାଇଡେନଙ୍କ ଦ୍ୱାରା କରାଯାଇଥିବା ପ୍ରୟାସକୁ ଭୂରି ପ୍ରଶଂସା କରିଥିଲେ । ମୋଦି କହିଥିଲେ, ‘ଗତକାଲି ରାତିରେ ଆପଣଙ୍କ ଦ୍ୱାର ମୋ ପାଇଁ ଖୋଲି ଦେଇଥିଲେ । ଏହା ମୋ ପାଇଁ ସମ୍ମାନର କଥା । ଏହି ସନ୍ଧ୍ୟା ଆମ ଦୁଇ ଦେଶର ଲୋକଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ହୋଇଛି । ଏହା ଉଭୟଙ୍କ ପାଇଁ ଏକ ବଡ ସମ୍ପତ୍ତି ।’

ସୂଚନାଥାଉ କି, ଏହି ଭବ୍ୟ ରାତ୍ରି ଭୋଜନରେ ଅତିଥିଙ୍କ ମଧ୍ୟରେ ବ୍ୟବସାୟ, ଫ୍ୟାଶନ ଏବଂ ମନୋରଞ୍ଜନ ବିଭିନ୍ନ କ୍ଷେତ୍ରର ବଡ ବଡ ଲୋକ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରେ ପ୍ରସିଦ୍ଧ ଡିଜାଇନର ରାଲ୍ଫ ଲରେନ, ଫିଲ୍ମ ନିର୍ମାତା ଏମ.ନାଇଟ ଶ୍ୟାମଲନ ଏବଂ ଟେନିସର ବିଲି ଜିନ କିଙ୍ଗ ସାମିଲ ଥିଲେ । ଆପାଲ, ଗୁଗୁଲ, ମାଇକ୍ରୋସପ୍ଟ ପରି କମ୍ପାନୀର ପ୍ରମୁଖ ମଧ୍ୟ ସାମିଲ ଥିଲେ ।

 

Leave A Reply

Your email address will not be published.