ଆଫ୍ରିିକା: ଆଜିକାଲି ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ କରିବାକୁ ପଛାଉନାହାନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ସିଂହ ସହ ଭିଡ଼ିଓ କରିବା ତାଙ୍କୁ ମହଙ୍ଗା ପଡ଼ିଛି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ସଫାରି ଉପଭୋଗ କରିବାକୁ ଆସିଥିବା ଜଣେ ଯୁବତୀ ସିଂହଙ୍କୁ ଦେଖି ଉତ୍ସାହିତ ହୋଇପଡ଼ିଛନ୍ତି । ଭିଡ଼ିଓ କରିବା ପାଇଁ ଧୀରେ ଧୀରେ ସିଂହ ପାଖକୁ ଯାଉଛନ୍ତି । ଏତିକି ବେଳେ ଯୁବତୀଙ୍କ ଭିଡିଓ ସୁଟ୍ କରୁଥିବା ବ୍ୟକ୍ତି ଜଣକ ତାଙ୍କୁ ସିଂହର ବେଶୀ ନିକଟତର ହେବାକୁ ଉସୁକାଇବା ସହ ତାକୁ ଛୁଇଁବାକୁ କହୁଛନ୍ତି । ମନରେ ଭୟ ଥିଲେ ବି ଯୁବତୀଙ୍କ ଭିଡ଼ିଓ ବନାଇବା ନିଶା ଘାରିଲା । ସେ ସାହସ ଜୁଟାଇ ସିଂହ ପାଖକୁ ଗଲେ । କିନ୍ତୁ ସେ କ’ଣ ଜାଣିଥିଲେ ଯେ , ମଣିଷମାନଙ୍କ ପରି ପଶୁମାନଙ୍କର ଈର୍ଷା ମଧ୍ୟ ରହିଛି । ସେ ସିଂହକୁ ଛୁଇଁ ଆଉଁସୁଥିବା ବେଳେ ପାଖରେ ଥିବା ସିଂହୀ ହଠାତ୍ ରାଗିଗଲା । ଆଉ ଏମିତି ଗୋଡ଼ାଇଲା ଯେ, ଯୁବତୀ ଜଣକ ପ୍ରାଣବିକଳରେ ପଡ଼ି ଉଠି ଦୌଡ଼ିଛନ୍ତି । ଏହି ଦୃଶ୍ୟ ଆଫ୍ରିକା ଜଙ୍ଗଲର ଅଟେ ।
ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଏପରି ହିଂସ୍ର ପଶୁମାନଙ୍କ ପାଖକୁ ଯିବା ଉଚିତ୍ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି ।
Comments are closed.