ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ଟ୍ୱିଟ୍ ପାଇଁ ବିଜେପି ଆଇ-ଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ
ବେଙ୍ଗାଲୁରୁ: ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ଟ୍ୱିଟ୍ କରିଥିବାରୁ ବିଜେପି ଆଇ-ଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବେଙ୍ଗାଲୁରୁ ପୁଲିସ ଅମିତଙ୍କ ବିରୋଧରେ ମାମଲା କରିଛି। ଅମିତ ମାଲବ୍ୟ ରାହୁଲ ଗାନ୍ଧୀଙ୍କର ଏକ ଆନିମେଟେଡ୍ ଭିଡିଓ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ରାହୁଲଙ୍କର କିଛି ବୟାନ ଓ ଦୃଶ୍ୟକୁ କାର୍ଟୁନ୍ କରି ଦେଖାଯାଇ। ଏହି ଆନିମେଟେଡ୍ ଭିଡିଓ ଟ୍ୱିଟ୍ କରିବା ସହିତ ଏଥିରେ କ୍ୟାପ୍ସନ ଦିଆଯାଇଛି ରାହୁଲ ଗାନ୍ଧୀ ବଡ଼ ଭୟଙ୍କର। ସେ କପଟି ଖେଳ ଖେଳୁଛନ୍ତି।
ଏହି ଟ୍ୱିଟ୍କୁ ନେଇ ଆପତ୍ତି ଉଠାଇଛି କର୍ଣ୍ଣାଟକ କଂଗ୍ରେସ। କର୍ଣ୍ଣାଟକ ବିଧାୟକ ରମେଶ ବାବୁ ମାଲବ୍ୟଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି। ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ। ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା କରାଯାଇଛି ବୋଲି ସେ ଟ୍ୱଟ୍ କରି କହିଛନ୍ତି। ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଟ୍ୱିଟ୍ ପାଇଁ ପାଇଁ ଆଇପିସିର ୧୫୩ଏ ଏବଂ ୫୦୫ (୨) ଅଧୀନରେ ମାମଲା ରୁଜୁ ହୋଇଛି ବୋଲି ସୂର୍ଯ୍ୟ ତାଙ୍କ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
Rahul Gandhi is dangerous and playing an insidious game… pic.twitter.com/wYuZijUFAu
— Amit Malviya (@amitmalviya) June 17, 2023
ତେଜସ୍ୱୀ ସୂର୍ଯ୍ୟ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି ଯେ ମାଲବ୍ୟଙ୍କ ବିରୋଧରେ ଲଗାଯାଇଥିବା ଏହି ଦୁଇଟି ଧାରା ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ପାଇ ଉଦ୍ଦିଷ୍ଟ। ତେଣୁ ରାହୁଲ ଗାନ୍ଧୀ କଣ ଜଣେ ବ୍ୟକ୍ତି ନା ଗୋଷ୍ଠୀ ନା ଶ୍ରେଣୀ? ଆମେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରି ନ୍ୟାୟ ମାଗିବୁ ବୋଲି ସୂର୍ଯ୍ୟା ଲେଖିଛନ୍ତି।
Comments are closed.