Latest Odisha News

BREAKING NEWS

ବଡ ବଜେଟ ଫିଲ୍ମ ପାଇଁ ସନ୍ଦୀପଙ୍କ ସହ ହାତ ମିଳାଇଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ତାଙ୍କର ଆଗାମୀ ଫିଲ୍ମ ଏର୍ମଜେନ୍ସି ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେ ଫିଲ୍ମମେକର ସନ୍ଦୀପ ସିଂଙ୍କ ସହ ଏକ ମେଗା ବଜେଟ ଫିଲ୍ମ କରିବା ନେଇ ହାତ ମିଳାଇଛନ୍ତି । ଫିଲ୍ମ ସମ୍ପର୍କରେ କିଛି ଘୋଷଣା କରାଯାଇ ନ ଥିଲେ ମଧ୍ୟ ଆସନ୍ତା ବର୍ଷ ଆରମ୍ଭରୁ ଏହାର ଶୁଟିଂ ଆରମ୍ଭ ହେବ ବୋଲି କଙ୍ଗନା କହିଛନ୍ତି । ସନ୍ଦୀପ ଓ ମୁଁ ୧୩ ବର୍ଷ ଧରି ଭଲ ବନ୍ଧୁ ଭାବେ ସମୟ କାଟିଛୁ ।

ଏତେ ଦିନ ପରେ ଏକ ଭଲ କାହାଣୀ ଏବଂ ଦମଦାର ଚରିତ୍ର ମିଳିଥିବାରୁ ଦୁହେଁ ଏକତ୍ର କାମ କରିବା ପାଇଁ ରାଜି ହୋଇଛୁ । କଙ୍ଗନା ଜଣେ ଭଲ ଅଭିନେତ୍ରୀ ହୋଇଥିବାରୁ ତାଙ୍କ ପାଇଁ କାହାଣୀ ଚୟନ କରିବା ସବୁଠାରୁ କଷ୍ଟକର ବ୍ୟାପାର । ଏବେ ମୋ ପାଖରେ ଏ ଭଳି ଏକ କାହାଣୀ ପଂହଚିଛି ଯାହାକୁ କେବଳ କଙ୍ଗନା ହିଁ କରିପାରିବେ । ଦୁହେଁ ଫିଲ୍ମର ସଫଳତା ନେଇ ବେଶ ଉତ୍ସାହିତ ଅଛୁ ସନ୍ଦୀପ କହିଛନ୍ତି ।

Comments are closed.