Latest Odisha News

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତରେ ସୁରକ୍ଷା ବ୍ୟବସ୍ଥା ଯାଂଚ କରିବ ପାକିସ୍ତାନର ସିକ୍ୟୁରିଟି ଟିମ

ନୂଆଦିଲ୍ଲୀ: ପାକିସ୍ତାନ ସରକାର ଭାରତରେ ବିଶ୍ୱକପ କ୍ରିକେଟ ଖେଳିବା ପାଇଁ ଟିମ ପଠାଇବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଂଚ କରିବ ବୋଲି କହିଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ଏଥିପାଇଁ ଆଗୁଆ ଏକ ସିକ୍ୟୁରିଟି ଟିମ ଆସି ତାଙ୍କ ରିପୋର୍ଟ ଦେବ । ଏହାପରେ ପାକିସ୍ତାନ ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବ ନାହିଁ କି ତାହା ସ୍ପଷ୍ଟ ହେବ । ପିସିବି ଚେୟାରମ୍ୟାନ ପଦ ପାଇଁ ଖୁବ ଶୀଘ୍ର ନିର୍ବାଚନ ହେବ । ନୂତନ ଚେୟାରମ୍ୟାନ ମିଳିବା ପରେ ପିସିବି ତାର ସିକ୍ୟୁରିଟି ଟିମ ଏବଂ ସଦସ୍ୟ ପଠାଇବ । ଯେଉଁ ସ୍ଥାନରେ ପାକିସ୍ତାନର ମ୍ୟାଚ ହେବାକୁ ଅଛି ସେଠାରେ କଣ ସବୁ ବ୍ୟବସ୍ଥା ରହିଛି ତାର ଯାଂଚ କରିବେ ।

ବାଙ୍ଗୋଲୋର, ଚେନ୍ନାଇ, ଅହମ୍ମଦାବାଦ, କୋଲକାତା ଓ ହାଇଦ୍ରାବାଦରେ ପାକିସ୍ତାନ ମ୍ୟାଚ ଖେଳିବ । ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ହେବ । ଏସିଆ କପ ଆୟୋଜନ ନେଇ ପାକିସ୍ତାନ ଅସୁବିଧାରେ ପଡିବାରୁ ସେ ବିଶ୍ୱକପ ମାଧ୍ୟମରେ ଭାରତ ଉପରେ ପରୋକ୍ଷରେ ଚାପ ପକାଇବାକୁ ଉଦ୍ୟମ କରୁଛି ।

Comments are closed.