ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଥମିବାରେ ନାମ ଧରୁନି । ୱାଗନର ଗ୍ରୁପର ଆନ୍ଦୋଳନ ପରେ ଏହି ଯୁଦ୍ଧ କିଛି ମାତ୍ରାରେ ଥମି ଯାଇଥିଲା । ଏହା ପରେ ରୁଷ ପୁନର୍ବାର ୟୁକ୍ରେନର ଉପରେ ଜୋରଦାର ଆକ୍ରମଣ ଜାରୀ ରଖିଛି । ଇତି ମଧ୍ୟରେ ରୁଷର ସଂସଦୀୟ ସମିତି ପ୍ରମୁଖ ଇରିନା ୟାରାବାୟାଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି ଆମେରିକା ବୈଜ୍ଞାନିକମାନେ ୟୁକ୍ରେନକୁ ସାହାଯ୍ୟ କରିବା ଆଳରେ କୀଟ ପତଙ୍ଗଙ୍କୁ ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ କରୁଛନ୍ତି । ଏହାକୁ ରୁଷରେ ଛଡା ଗଲେ ଭୟଙ୍କର ସଂକ୍ରମଣ ସୃଷ୍ଟି ହେବ । ଏହା ଅତି କମ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିପାରେ । ଏବେଠାରୁ ରୁଷ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ରୁଷର ପତନର କାହାଣୀ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ପ୍ରାୟତଃ ସମ୍ମୁଖକୁ ଆସୁ ନାହାନ୍ତି । ରୁଷ ଏବେ ୟୁକ୍ରେନର ୪ଟି ସହcର ଅବଦିବିକା, ମାରିକା, ଲିମନ ଓ ସ୍ୱାତୱେ ଉପରେ ଘନ ଘନ ଆକ୍ରମଣ କରିବା ଆଗକୁ ବଢ଼ିବାରେ ଲାଗିଛି । ଜୈବିକ ଅସ୍ତ୍ର ଅଭିଯୋଗ ନେଇ ଆମେରିକା ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।
Comments are closed.