ଭୁବନେଶ୍ୱର: ସାମ୍ନାକୁ ଆସିଲା ବାହାନଗା ଟ୍ରେନ ଦୁର୍ଘଟଣା ପଛର ସାଂଘାତିକ ତଥ୍ୟ । ରିପୋର୍ଟ ଦେଲେ ରେଲୱେ ସୁରକ୍ଷା କମିଶନ (CRS )। ଦୁର୍ଘଟଣା ପଛରେ ରହିଛି ବଡ ଧରଣ ତ୍ରୁଟି । ସିଗନାଲିଂ ଏବଂ ଦୂରସଞ୍ଚାର ବିଭାଗର ତ୍ରୁଟି ପାଇଁ ଘଟିଗଲା ଏତେ ବଡ଼ ଟ୍ରେନ ଦୁର୍ଘଟଣା । ରିପୋର୍ଟରେ ଦୁର୍ଘଟଣା ପାଇଁ ଷ୍ଟେଶନ ମାଷ୍ଟରଙ୍କୁ ଦାୟୀ କରାଯାଇଛି ।
ବାହାନଗା ରେଳ ଦୁର୍ଘଟଣା ଯାଞ୍ଚ ରିପୋର୍ଟ ରେଳବୋର୍ଡ଼ ନିକଟରେ ଦାଖଲ କରିଛନ୍ତି ରେଳ ସୁରକ୍ଷା କମିଶନ । ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କ ଅବହେଳା ଦୁର୍ଘଟଣାର କାରଣ ବୋଲି ଉଲ୍ଲେଖ ରହିଛି । ଏହି ରିପୋର୍ଟରେ ଦୁର୍ଘଟଣା ପାଇଁ ଷ୍ଟେସନ ମାଷ୍ଟର ଏସବି ମହାନ୍ତିଙ୍କୁ ଦାୟୀ କରାଯାଇଛି । ସୁଇଚ ଅନ ପରେ ଇଣ୍ଟରଲକିଂ ସିଷ୍ଟମ ୧୪ ସେକେଣ୍ଡରେ ପରିବର୍ତ୍ତନ ହୁଏ । ମାତ୍ର ସିଗନାଲ ପରିବର୍ତ୍ତିନ ପାଇଁ ୩୭ ସେକେଣ୍ଡ ସମୟ ନେଇଥିଲା । ଦୁର୍ଘଟଣା ଦିନ ସିଗନାଲ ଓ ଟେଲିକମ୍ ଷ୍ଟାଫ୍ ଗୁରୁତର ତ୍ରୁଟି କରିଥିଲେ । ଯାହାଫଳରେ ଗ୍ରାଉଣ୍ଡ ଓ ସିଗନାଲ ସିଷ୍ଟମରେ ମିସ୍ମ୍ୟାଚରୁ ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି ।
ସିଗନାଲ୍ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି । ଟ୍ରାକ୍ରେ କୌଣସି ତ୍ରୁଟି ନଥିଲା । ELB ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା ଦର୍ଶାଯାଇଛି । ଏହାବ୍ୟତୀତ ରେଳ ଷ୍ଟେସନ ପ୍ରତି ବିଭାଗୀୟ ଅବହେଳାକୁ ବି ଦୁର୍ଘଟଣା ପାଇଁ ଦାୟୀ କରାଯାଇଛି ।
ଏଠାରେ ଆଧୁନିକୀକରଣକୁ ଗୁରୁତ୍ୱ ଦିଆଯାଇନି । ୨୦୧୮ରେ ବାହନଗା ଷ୍ଟେସନର ସିଗନାଲ ସର୍କିଟ ପଏଣ୍ଟ ବଦଳିଥିଲା । ହେଲେ ଏହି ପରିବର୍ତ୍ତନକୁ ଡକ୍ୟୁମେଣ୍ଟେଡ କରାଯାଇ ନ ଥିଲା । ଓୟାରିଂ ଡାଇଗ୍ରାମରେ ଏହି ପରିବର୍ତ୍ତନ ଦୃଶ୍ୟମାନ ହେଉ ନ ଥିଲା ।
ଏହାବାଦ ତ୍ରୁଟିପୂର୍ଣ୍ଣ ୱେୟାରିଂ ମଧ୍ୟ ଆଉ ଏକ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ ଲିଫ୍ଟିଙ୍ଗ ବ୍ୟାରିୟରକୁ ବଦଳାଇ କାର୍ଯ୍ୟ ନ କରାଯିବା ମଧ୍ୟ ଏକ ଭୁଲ ଥିଲା ବୋଲି କୁହାଯାଇଛି ।
Comments are closed.