ନୂଆଦିଲ୍ଲୀ: ମୋଦି ସରନେମ ବିବାଦରେ ଫସିଗଲେ ରାହୁଲ ଗାନ୍ଧି । ଗୁଜୁରାଟ ହାଇକୋର୍ଟରେ ରାହୁଲ ଗାନ୍ଧି କରିଥିବା ପୁନର୍ବିଚାର ଆବେଦନ ଖାରଜ । ସୁରତ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ହାଇକୋର୍ଟଙ୍କ ଏହି ରାୟ ପରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କାଏମ ରହିବ । ଏଥିସହ ସଂସଦର ସଦସ୍ୟତା ମଧ୍ୟ ହରାଇବେ ରାହୁଲ ।
ସୂଚନାଥାଉ କି, ୨୦୧୯ ଲୋକ ସଭା ନିର୍ବାଚନ ସମୟରେ ମୋଦି ସାଂଜ୍ଞାକୁ ନେଇ ରାହୁଲ ଗାନ୍ଧୀ ଏକ ବିବଦାୟ ବୟାନ ଦେଇଥିଲେ । ଏ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ତାଙ୍କ ନାଁରେ ମାନହାନୀ ମାମଲା ଦାଏର କରିଥିଲେ । ଏ ନେଇ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ । ଏହାକୁ ସେସନ କୋର୍ଟରେ ଚାଲେଞ୍ଜ କରିଥିଲେ ରାହୁଲ । ୨ ବର୍ଷର ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ କୋର୍ଟରେ ଅପିଲ୍ କରିଥିଲେ । ହେଲେ ସୁରଟ ସେସନ କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ତେଣୁ ରାହୁଲଙ୍କ ୨ ବର୍ଷ ଜେଲ ଦଣ୍ଡ ସଜା କାଏମ ରହିଥିଲା ।
ସେସନ କୋର୍ଟର ଝଟକା ପରେ ରାହୁଲ ହାଇକୋର୍ଟକୁ ଯାଇଥିଲେ । ସେଠାରେ ମଧ୍ୟ ଆଜି ତାଙ୍କର ଆବେଦନ ଖାରଜ ହୋଇ ଯାଇଛି । ଗୁଜରାଟ ହାଇକୋର୍ଟ ତଳ କୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି । ଏଠି କହରିଖିବୁ, ମୋଦି ସରନେମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ରାହୁଲ ନିଜ ସାଂସଦ ପଦ ହରାଇଛନ୍ତି । ସେତିକି ନୁହେଁ, ସରକାରୀ ବାସଭବନ ମଧ୍ୟ ତାଙ୍କୁ ଛାଡିବାକୁ ପଡିଛି ।
୨୦୧୯ ଲୋକସଭା ନିର୍ବାଚନ ସମୟରେ ସେ କେରଳ ୱାଇନାଡା ଆସନରୁ ଲଢି ଜିତିଥିଲେ । ସେହି ସମୟରେ ସେ ମୋଦି ସରନେମକୁ ନେଇ ବିବାଦୀୟ ମନ୍ତ୍ରବ୍ୟ ଦେଇଥିଲେ । ଏକ ନିର୍ବାଚନୀ ସଭାରେ କହିଥିଲେ, ନୀରବ ମୋଦୀ, ଲଳିତ ମୋଦୀ, ନରେନ୍ଦ୍ର ମୋଦୀଙ୍କ ସରନେମ ସମାନ କାହିଁକି ? ସମସ୍ତ ଚୋରଙ୍କ ସରନେମ ମୋଦୀ କାହିଁକି ହୋଇଥାଏ ? ରାହୁଲଙ୍କ ଏହି ବୟାନ ବିରୋଧରେ ବିଜେପି ବିଧାୟକ ପୂଣ୍ଣେଶ ମୋଦୀ ସେହିବର୍ଷ ମାର୍ଚ୍ଚ ୨୩ ତାରିଖ ସୁରଟର ଏକ କୋର୍ଟରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ । ମୋଦୀ ସମୁଦାୟକୁ ରାହୁଲ ବଦନାମ କରିଥିବା କହିଥିଲେ ପୂର୍ଣ୍ଣେଶ ।
Comments are closed.