Latest Odisha News

BREAKING NEWS

ପୋଲିସ ଘରୁ ସୁନା ଅଳଙ୍କାର ଚୋରି କରିନେଇଗଲା ଚୋର

ଢେଙ୍କାନାଳ: ଅବକାରୀ ଇନ୍ସପେକ୍ଟରଙ୍କ ଘରୁ ଗୁରୁବାର ଦିନ ଲୁଟେରାମାନେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜିରିଡାମାଳି ଠାରେ ଇନ୍ସପେକ୍ଟର ସଞ୍ଜୀବ କୁମାର ଶର୍ମା ସହର ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଶର୍ମା କାମାକ୍ଷାନଗର ଅବକାରୀ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି।

ଶର୍ମା ଘର ଭଡ଼ାରେ ରହୁଥିଲେ, ଝିଅକୁ ଆଣିବା ପାଇଁ ସେ ଜୁଲାଇ ୩ ତାରିଖରେ କୋଲକାତା ଚାଲିଯାଇଥିଲେ। ଗୁରୁବାର ସେ ଘରକୁ ଫେରିବା ପରେ ତାଙ୍କ କବାଟର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ସେ କାମାକ୍ଷାନଗର ଆଇଆଇସିଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି।

ଶର୍ମା ପୁଲିସକୁ କହିଛନ୍ତି ଯେ, ଚୋରମାନେ ନଗଦ ୨-୩ ଲକ୍ଷ ଟଙ୍କା ଓ ୮୦ ଗ୍ରାମରୁ ଅଧିକ ଓଜନର ସୁନା ଅଳଙ୍କାର ଚୋରି କରି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ସହ ଚୋରକୁ ଧରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

Comments are closed.