ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶାର ୧୭ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସ୍ୱଳ୍ପ ବର୍ଷା ହୋଇଛି। ଜୁନ୍ ୧ରୁ ଜୁଲାଇ ୭ ଯାଏ ମୌସୁମୀ ଋତୁରେ ରାଜ୍ୟରେ ପ୍ରାୟ ୨୦୬ ମିଲିମିଟର ବର୍ଷା ହୋଇଛି। ଯାହା ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ୨୫ ପ୍ରତିଶତ କମ୍ ବର୍ଷା ହୋଇଛି।
ଜୁନ୍ ୧ରୁ ଜୁଲାଇ ୭ ମଧ୍ୟରେ ଓଡ଼ିଶାରେ ୨୦୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷାଠାରୁ ୨୫ ପ୍ରତିଶତ କମ୍। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି ଯେ, ଘୂର୍ଣ୍ଣିବଳୟ ପ୍ରଭାବରେ ୬ ପ୍ରତିଶତ କମ୍ ବର୍ଷା ହୋଇଛି।
ବର୍ତ୍ତମାନ ସୁଦ୍ଧା ୧୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ବରଗଡ଼, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼।
ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାଭାବିକଠାରୁ ଯଥାକ୍ରମେ ୫୩ ଓ ୨୧ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଜୁଲାଇ ୧୩ ତାରିଖରୁ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସାଧାରଣତଃ ଜୁନ୍ ୧୦ରୁ ୧୨ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ। ଚଳିତ ବର୍ଷ ଏହା ଜୁନ୍ ୨୨ ରେ ପହଞ୍ଚିଥିଲା।
Comments are closed.