ବେଜିଂ: ଚୀନର କମ୍ୟୁନିଷ୍ଟ ପାର୍ଟି ଓ ଚୀନ ସେନା ମିଳିତ ଭାବେ ଏକ ଜୈବିକ ଅସ୍ତ୍ରର ବିକଶିତ କରୁଛନ୍ତି । ଏହି ଅସ୍ତ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା ନେଇ ଆଶଙ୍କା ଉପୁଜିଛି । ରିପୋର୍ଟ ମୁତାବକ ଚୀନ ସେନା ନ୍ୟୁରୋଷ୍ଟ୍ରାଇକ ୱେପନ୍ସ ପ୍ରସ୍ତୁତ କରୁଛି । ଏହା ପ୍ରୟୋଗ ହେଲେ ଜଣେ ବ୍ୟକ୍ତିର ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ନିୟନ୍ତ୍ରଣରେ ରହିବ । ବିଶେଷ କରି ଯୁଦ୍ଧ ଲଢ଼ୁଥିବା ବିପକ୍ଷ ଦଳର ଯବାନଙ୍କ ଉପରେ ଏହା ପ୍ରୟୋଗ କରାଯିବ । ମାଇକ୍ରୋୱେଭ ଓ ନିର୍ଦ୍ଦିଷ୍ଟ ପ୍ରକାରର ତରଙ୍ଗ ବ୍ୟବହାର କରାଯାଇ ବିପକ୍ଷ ସେନାର ମସ୍ତିଷ୍କ କାବୁ କରି ନିଆଯିବ । ଏହା ପରେ ସେମାନେ ଯାହା ଚାହିଁବେ ସକ୍ତୃକ୍ତ ବ୍ୟକ୍ତି ସେୟା କରିବ । କରୋନା ମହାମାରୀ ବେଳେ ସାରା ବିଶ୍ୱ ଏଥିରୁ ମୁକୁଳିବା ପାଇଁ ବ୍ୟସ୍ତ ଥିବା ବେଳେ ଚୀନ ଏହି ଅସ୍ତ୍ର ବିକଶିତ କରୁଥିଲା ।
ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଚୀନ ଏହି ଅସ୍ତ୍ରର ପରୀକ୍ଷଣ କରିଛି କି ନାହିଁ । ଯଦି ଏଥିରେ ସେ ସଫଳ ହୋଇଥିବ ତାହାହେଲେ ବିନା ଅସ୍ତ୍ରଶସ୍ତ୍ର ବ୍ୟବହାରରେ ଅନେକ କିଛି କବଜା କରିପାରିବେ । ଯେପରି ଭୋଟିଂ, କୂଟନୀତି, ନିଦ୍ଦିଷ୍ଟ ଅଂଚଳରେ ପ୍ରଭୂତ୍ୱ ଏବଂ ପାଖ ଶତ୍ରୁ ଦେଶର ସୀମା ନିକଟରେ ରହୁଥିବା ବ୍ୟକ୍ତିଙ୍କୁ ହାତେଇବାରେ ଏହା ସହାୟ ହେବ । ଆମେରିକା ପୂର୍ବରୁ ଏ ନେଇ ଶଙ୍କା ବ୍ୟକ୍ତ କରିସାରିଛି । ଚୀନର ଏକାଡେମୀ ଅପ ମିଲିଟ୍ରି ମେଡିକାଲ ସାଇନ୍ସଜ ଓ ଏହା ସହିତ ଜଡିତ ୧୧ ସଂସ୍ଥାର ଲୋକଙ୍କ ଉପରେ ଆମେରିକା ପ୍ରତିବନ୍ଧ ଲଗାଇଛି । ଚୀନର ଏହି ଅସ୍ତ୍ର ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।
Comments are closed.