Latest Odisha News

BREAKING NEWS

ଏହି ୬ ସାମ୍ବାଦିକଙ୍କୁ ମିଳିବ ‘ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ- ୨୦୨୨’

ଭୁବନେଶ୍ୱର: ସାମ୍ୱାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ସାମ୍ୱାଦିକଙ୍କୁ ସମ୍ମାନିତ କରାଯିବ। ଦିଲ୍ଲୀର ଅଗ୍ରଣୀ ଓଡ଼ିଆ ପ୍ରତିଷ୍ଠାନ ପଲ୍ଲୀବାଣୀ ମଶିନ ପକ୍ଷରୁ ଦିଆଯାଉଥିବା ମର୍ଯ୍ୟଦାଜନକ ‘ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୨୨’ ଚଳତି ମାସ ୨୨ ତାରିଖ ନୂଆଦଲ୍ଲିୀସ୍ଥିତ ଇଣ୍ଡିଆ ଇଣ୍ଟର୍ନ୍ୟାସନାଲ ସେଣ୍ଟରରେ ପ୍ରଦାନ କରାଯିବ। ବିଗତ ପାଞ୍ଚ ବର୍ଷ ଧରି ପ୍ରଦାନ କରାଯାଉଥିବା ଏହି ପୁରସ୍କାର, ଚଳିତ ବର୍ଷ ପାଇବେ କଳିଙ୍ଗ ଟଭିର ସମ୍ପାଦକ ସୌମ୍ୟଜୀତ୍ ପଟ୍ଟନାୟକ, ଅର୍ଗସ ନ୍ୟୁଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଶ୍, ସମ୍ୱାଦର ଡିଜିଏମ ନ୍ୟୁଜ ଭବାନୀ ଶଙ୍କର ତ୍ରିପାଠୀ, ଓଟିଭିର ପଶ୍ଚିମ ଓଡିଶା ବ୍ୟୁରୋ ମୁଖ୍ୟ ମନୋରଞ୍ଜନ ଯୋଶୀ ଏବଂ ପ୍ରମେୟର ମୁଖ୍ୟ ନ୍ୟୁଜ କୋଡିନେଟର ସୁଦୀପ କୁମାର ରାଉତ।

ଚଳିତ ବର୍ଷଠାରୁ ଏହି ଶ୍ରେଣୀରେ ଏକ ନୂଆ ପୁରସ୍କାର ‘ପ୍ରତିଭା ପଟ୍ଟନାୟକ ଉତ୍କର୍ଷ ସାମ୍ବାଦିକତା ପୁରସ୍କାର’ ବିଶିଷ୍ଟ ସାମ୍ବାଦିକା ସାରଦା ଲାହାଙ୍ଗୀରଙ୍କୁ ପ୍ରଦାନ କରାଯିବ। ଏହି ପୁରସ୍କାର ପ୍ରତିବର୍ଷ କେବଳ ମହିଳା ସାମ୍ବାଦିକାଙ୍କୁ ତାଙ୍କର ସର୍ବୋତ୍ତମ ଉପଲବ୍ଧି ପାଇଁ ପ୍ରଦାନ କରାଯିବ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ, କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଏଭଂ ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଲକୃଷ୍ଣ ବିଶିଷ୍ଟ ଅତିଧି ଭାବେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମକୁ ନ୍ୟୁଜ ଏକ୍ସର କାର୍ଯ୍ୟନିର୍ବାହି ସଂପାଦିକା ପ୍ରିୟା ସେହଗଲ ସଂଚାଳନ କରିବେ ବୋଲି ପଲ୍ଲୀବାଣୀ ମିଶନ ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ଗଣମାଧ୍ୟମକୁ ଜଣାଇଛନ୍ତି।

Leave A Reply

Your email address will not be published.