କାଠମାଣ୍ଡୁ: ବିଶ୍ୱରେ ବାଘଙ୍କ ସଂଖ୍ୟା କମୁଥିବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ନେପାଳରେ ବାଘଙ୍କ ପ୍ରତି ଏକ ସ୍ୱତନ୍ତ୍ର ସମ୍ମାନ ରହିଛି କହିଲେ ଭୁଲ ହେବନି । ସ୍ଥାନୀୟ ଚିଡିଆଖାନାରେ ବାଘମାନଙ୍କୁ ସପ୍ତାହରେ ଗୋଟିଏ ଦିନ ଉପବାସ ରଖାଯାଉଛି । ପ୍ରତ୍ୟେକ ଶନିବାର ସେମାନଙ୍କୁ କିଛି ଖାଇବାକୁ ଦିଆଯାଉନି । ସ୍ଥାନୀୟ ଡାକ୍ତରଙ୍କ ମତରେ ଏହା ଦ୍ୱାରା ସେମାନଙ୍କ ପାକସ୍ଥଳୀ ସୁସ୍ଥ ରହିବ ଏବଂ ସେମାନେ ଚଳ ଚଂଚଳ ରହିବେ । ଅନ୍ୟ ଦିନଗୁଡିକରେ ପେଟପୂରା ଖାଇବାକୁ ଦିଆଯାଉଛି । ପ୍ରତ୍ୟେକ ଦିନ ଅତି କମରେ ୫ କେଜି ମଇଁଷି ମାଂସ ଦିଆଯାଉଛି ବୋଲି ସେ କହିଛନ୍ତି ।
ରିପୋର୍ଟ ମୁତାବକ ଏଠାକାର ଚିଡିଆଖାନାରେ ଥିବା ବାଘମାନେ ଅପେକ୍ଷାକୃତ ସୁସ୍ଥ ରହିଛନ୍ତି । ସେମାନଙ୍କ ସଂଖ୍ୟା ବଢ଼ାଇବା ପାଇଁ ଅନ୍ୟ ପ୍ରଜାତିର ବାଘ ଆଣି ଏଠାରେ ରଖାଯାଉଛି । ଏଠାକାର ଜଙ୍ଗଲରେ ଅନେକ ପ୍ରକାରର ବାଘ ଥିଲେ ମଧ୍ୟ ଏବେ ଏହା କମିବାରେ ଲାଗିଛି । ଜଙ୍ଗଲ କଟାଯିବା ଯୋଗୁ ପ୍ରାକୃତିକ ପରିବେଶରେ ଭରପୂର ନେପାଳରେ ଅନେକ ପ୍ରଜାତିର ପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି । ସେଥିପ୍ରତି ସ୍ଥାନୀୟ ସରକାର ଚିନ୍ତା ବ୍ୟକ୍ତ କରିଛନ୍ତି ।
Comments are closed.