ମୁମ୍ବାଇ: କିସି କା ଭାଇ କିସି କା ଜାନ ବକ୍ସ ଅଫିସରେ ଧରାଶୟୀ ହେବା ପରେ ସଲମାନ ଖାଁ ଚିନ୍ତିତ ହୋଇ ପଡିଛନ୍ତି । ସେ ଏବେ ସୁରଜ ବଡଜାତ୍ୟାଙ୍କ ଆଗାମୀ ଫିଲ୍ମ ପ୍ରେମ କି ଶାଦୀ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଯଦି ସବୁ କିଛି ଠିକଠାକ ରୁହେ ତାହାହେଲେ ଏହା ୨୦୨୪ରେ ରିଲିଜ ହେବ । ସଲମାନଙ୍କ କ୍ୟାରିୟର ଗଢ଼ିବାରେ ସର୍ବଦା ସୁରଜଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ୧୯୮୯ରେ ମୈନେ ପ୍ୟାର କିୟା ମାଧ୍ୟମରେ ସଲମାନ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।
ଏହା ପରେ ସେ ସୂରଜଙ୍କ ସହ ୧୯୯୪ରେ ହମ ଆପକେ ହେ କୌନ, ୧୯୯୯ରେ ହମ ସାଥ ସାଥ ହେ ଓ ୨୦୧୫ରେ ପ୍ରେମ ରତନ ଧନ ପାୟୋ ଫିଲ୍ମ ଏକତ୍ର କରିଥିଲେ । ଏହି ସମସ୍ତ ଫିଲ୍ମ ବକ୍ସି ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଥିଲା । ଲଗାତାର ଫ୍ଲପ ଫିଲ୍ମ ଯୋଗୁ ସଲମାନ ଏବେ ତାଙ୍କର ପ୍ରିୟ ବନ୍ଧୁ ସୂରଜଙ୍କ ସହଯୋଗ ଲୋଡିଛନ୍ତି । ଅନ୍ୟ ଷ୍ଟାର କାଷ୍ଟ ଫାଇନାଲ ହେଲେ ଏହାର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି ।
Comments are closed.