ଶ୍ରୀନଗର: ଜାମ୍ମୁ କାଶ୍ମୀର ପୁଞ୍ଚରେ ବର୍ଷା ବିପାତ। ଜାମ୍ମୁ କାଶ୍ମୀରର ଅନେକ ଅଞ୍ଚଳରେ ଗତ ଦୁଇ ଦିନ ଧରି ବାଦଲଫଟା ବର୍ଷା ହୋଇଛି, ଯେଉଁ କାରଣରୁ କେବଳ ରଜ୍ୟର ଅନେକ ନଦୀ ଓ କେନାଲରେ ଜଳ ସ୍ତର ବୃଦ୍ଧି ପାଇଛି। ସେପଟେ ପାଟ୍ରୋଲିଂ ସମୟରେ ନଦୀ ପାର ହେଉଥିବା ବେଳେ ଭାରତୀୟ ସେନାର ଦୁଇ ଯବାନ ବନ୍ୟା ପାଣିରେ ଭାସି ଯାଇଛନ୍ତି ।
ଜାମ୍ମୁ ପ୍ରତିରକ୍ଷା ବିଭାଗର PRO ଅନୁଯାୟୀ, ପୁଞ୍ଚର ପୋଷାନା ନଦୀରେ ବନ୍ୟା କାରଣରୁ ଦୁଇ ଭାରତୀୟ ଯବାନ ଭାସିଯାଇଛନ୍ତି । ଏଥି ମଧ୍ୟରୁ ଜଣେ ଯବାନଙ୍କୁ ଚିହ୍ନଟ କରାଯାଇଛି । ତାଙ୍କ ନାମ ସୁବେଦାର କୁଲଦୀପ ସିଂ । ଏଥି ସହିତ ସେନା, ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳର ଉଦ୍ଧାରକାରୀ ଦଳ ଅନ୍ୟ ଜଣେ ଯବାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହାପୂର୍ବରୁ ଗତକାଲି ସକାଳେ ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ତିନିଜଣ ଯୁବତୀ ସ୍ଥାନୀୟ ନଦୀରେ ବୁଡ଼ି ଯାଇଥିଲେ । ସେଥିମଧ୍ୟରୁ ମାତ୍ର ଦୁଇ ଜଣ ଝିଅଙ୍କୁ ସ୍ଥାନୀୟ ବାସିନ୍ଦା ତୁରନ୍ତ ଉଦ୍ଧାର କରିଥିଲେ ମଧ୍ୟ ଅନ୍ୟ ଜଣଙ୍କୁର ପତ୍ତା ମିଳିପାରିନଥିଲା । ସେପଟେ ଉଦ୍ଧାମପୁରରେ ପ୍ରବଳ ବର୍ଷାରୁ ଭୂସ୍ଖଳନ ହୋଇଛି। ଫଳରେ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ଏହି ଜାତୀୟ ରାଜପଥରେ ଅଟକି ରହିଛି ହଜାର ହଜରା ସଂଖ୍ୟା ଗାଡ଼ି। ଉଦ୍ଧମପୁରଠାରେ ମାଲ ବୋଝେଇ ଟ୍ରକଗୁଡିକର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।
Comments are closed.