Latest Odisha News

BREAKING NEWS

ନିର୍ଯାତନା ଅଭିଯୋଗ, ବିଜେଡି ବିଧାୟକଙ୍କ ବିରୋଧରେ ଥାନାରେ ଫେରାଦ ହେଲେ ସଂଯୁକ୍ତା

ପୁଣି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି କ୍ୟାପିଟାଲ ଥାନାର ଦ୍ବାରସ୍ଥ ହୋଇଛନ୍ତି ଦଳୀୟ ନେତ୍ରୀ ସଂଯୁକ୍ତା ମହଲା। ଗତ ଏପ୍ରିଲ ମାସରେ ଏ ନେଇ ପ୍ରଥମେ ଅଭିଯୋଗ କରିଥିଲେ, ଏହାପରେ ସୋମବାର ଭୁବନେଶ୍ୱରର ମହିଳା ଥାନାରେ ଆଉ ଏକ ଅଭିଯୋଗ କରିଛନ୍ତି। ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଛନ୍ତି ସଂଯୁକ୍ତା।

ନୂଆ ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ତାଙ୍କୁ ହଇରାଣ କରିବା ପାଇଁ ଅସାମାଜିକ ବ୍ୟକ୍ତିଙ୍କୁ ନିୟୋଜିତ କରୁଥିବା ସେ ଅଭିଯୋଗ କରିଛନ୍ତି। ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମହଲା ପୁଲିସ ସୁରକ୍ଷା ମଧ୍ୟ ଦାବି କରିଛନ୍ତି। ଏତଦ ବ୍ୟତୀତ ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରସ୍ଥ ହେବେ ବୋଲି ମହାଲା କହିଛନ୍ତି।

ପରିବାର ସଦସ୍ୟଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମହାଲା କହିଛନ୍ତି ଯେ, ଗତ 7 ବର୍ଷ ହେବ ତାଙ୍କ ପରିବାର ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ଶ୍ରୀକାନ୍ତ ସାହୁ ସେମାନଙ୍କୁ ମୋହରା ଭାବେ ବ୍ୟବହାର କରୁଛନ୍ତି।

ସେ କହିଛନ୍ତି, , ଶ୍ରୀକାନ୍ତ ମୋ ସହ ନଅ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। ସେ ମୋତେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ତା’ପରେ ସେ ମୋତେ ବ୍ଯବହାର କରି ଫିଙ୍ଗିଦେଲା ଭଳିଆ ବ୍ୟବହାର ଦେଖାଇଛନ୍ତି। ଏପରିକି ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି। ସେ ମୋ ବିରୋଧରେ ଅସାମାଜିକ ଲୋକଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି। ମୋ ଜୀବନ ପ୍ରତି ବିପଦ ରହିଛି ଏବଂ ମୁଁ ସୁରକ୍ଷା ମାଗୁଛି ବୋଲି ମହାଲା କହିଛନ୍ତି।

ସେ କହିଛନ୍ତି, ମୁଁ ମୋ ଏଫ୍ଆଇଆର୍ ଆଧାରରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିବି। ଯଦି ନ୍ୟାୟ ନମିଳେ ତେବେ ମୁଁ ଆମ ଦଳର ସୁପ୍ରିମୋଙ୍କ ନିକଟକୁ ଯିବି।

Comments are closed.