ଭଦ୍ରକ: ରାଜ୍ୟ ସରକାର ଦକ୍ଷିଣ ଭାରତର କମ୍ପାନୀକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି। ଆଉ ଏହି କମ୍ପାନୀମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ଜମି କିଣି ନେଇଛନ୍ତି। ଏହା କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଚାନ୍ଦବାଲିରେ ଏକ ଦଳୀୟ କାର୍ଯ୍ୟକ୍ରମକୁ ଉଦବୋଧନ ଦେବା ବେଳେ ସେ କହିଛନ୍ତି, ‘ଦକ୍ଷିଣ ଭାରତର ନିର୍ଦ୍ଧିଷ୍ଟ କଣ୍ଟ୍ରାକ୍ଟର, ବ୍ୟବସାୟୀ ଏବଂ ବଡ଼ ଚାଷୀ ମାନେ ଗତ ୨୦୧୧ ରୁ ୨୦୨୩ ମଧ୍ୟରେ ଓଡ଼ିଶାର ତିନୋଟି ଅଞ୍ଚଳ ଭୁବନେଶ୍ୱର, ବରଗଡ଼ ଏବଂ କଳାହାଣ୍ଡିରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ସରଳ ଏବଂ ନିରୀହ ଓଡ଼ିଆ ମାନଙ୍କ ବହୁମାତ୍ରାରେ ଜମି କିଣି ନେଇଛନ୍ତି’।
ଏହି ତିନି ଜିଲ୍ଲାରେ ଜମି କିଣା ହୋଇଛି ବୋଲି କହିଛନ୍ତି, ଆଗାମୀ ଦିନରେ ଏ ନେଇ ସମସ୍ତ ତଥ୍ୟ ସାର୍ବଜନୀନ କରିବେ ବୋଲି ଅପରାଜିତା କହିଛନ୍ତି। ରାଜ୍ୟରେ ବିଭିନ୍ନ ଖଣି ସମ୍ପଦ ଭର୍ତ୍ତି ହୋଇ ରହିଛି କିନ୍ତୁ ଏହାର ସଠିକ ବିନିଯୋଗ ହୋଇପାରୁନଥିବାରୁ ଏବେ ବି ଅନଗ୍ରସର ରାଜ୍ୟ ହୋଇ ରହିଛୁ। ଏହା ରାଜ୍ୟ ସରକାରଙ୍କ ଅପରାଗତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।
ଆମ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାକୁ ଯିବାରେ ଅସମର୍ଥ। କିନ୍ତୁ ତାଙ୍କ ସ୍ଥାନରେ ଜଣେ ନିମ୍ନ ସ୍ତରର କର୍ମଚାରୀଙ୍କୁ ଲୋକଙ୍କ ଅଭିଯୋଗକୁ ଶୁଣିବା ପାଇଁ ପଠାଉଛନ୍ତି। ସେ ଏବେ ବିଭିନ୍ନ ଘୋଷଣା କରୁଛନ୍ତି। ଯଦି ସେ ସମସ୍ତ କାମର ତଦାରଖ କରିବେ ତାହେଲେ ମନ୍ତ୍ରୀମାନେ କଣ କରିବେ ବୋଲି ସେ କହିଛନ୍ତି। ସମ୍ବିଧାନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଦଳର ସାଂସଦ କିମ୍ବା ମନ୍ତ୍ରୀଙ୍କୁ ନିଜ ସରକାରର ସମୀକ୍ଷା କରିବାକୁ ତଦାରଖ କରିବାକୁ ଅପରାଜିତା ଆହ୍ବାନ କରିଛନ୍ତି।
ସେ କହିଛନ୍ତି, ସରକାର କର୍ମଚାରୀ ମାସିକ ଅଢେଇ ଲକ୍ଷ ଟଙ୍କା ବି ନେବେ ଏପଟେ ଜିନ୍ଦାବାଦର ନାରା ବି ଶୁଣିବାକୁ ଉତ୍ସାହିତ। ଆମେ ଭୋଟ୍ ଦେଇଛୁ ମୁଖ୍ୟମନ୍ତ୍ରୀଙ୍କୁ କିନ୍ତୁ ଆମ କଥା ଜଣେ ସଚିବ କାହିଁକି ବୁଝିବ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଜାପାନ ଓ ସିଙ୍ଗାପୋର ଓ ଇଟାଲୀ ଯାଇ ପୋପଙ୍କୁ ଧାଡିରେ ଦର୍ଶନ କରୁଛନ୍ତି ତାହେଲେ ବରଗଡ ଓ ଭଦ୍ରକବାସୀ କଣ ଭୁଲ କରିଛନ୍ତି ଯେଉଁଥିପାଇଁ ନବୀନ ଆସିପାରୁ ନାହାନ୍ତି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଭିନ୍ନ ସମୟରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଏବେର ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ରାଜ୍ୟ ସରକାର ଏବଂ ଫାଇଭ ଟି ସଚିବଙ୍କୁ ଟାର୍ଗେଟ କରି ଏବେ ଚର୍ଚ୍ଚାରେ ରହିଛନ୍ତି। ଜଣେ ନିମ୍ନ ସ୍ତରର ସରକାରୀ କର୍ମଚାରୀ ହୋଇ ଫାଇଭ ଟି ସଚିବ ତାଙ୍କ ଅଫିସ ରୁଲ ନିୟମକୁ ଉଲ୍ଲଂଘନ କରୁଥିବା ସେ ଅଭିଯୋଗ ଆଣିଛନ୍ତି।
Comments are closed.