Latest Odisha News

BREAKING NEWS

ଭୁବନେଶ୍ୱର ଆସିବେ ବଲିଉଡ ଅଭିନେତ୍ରୀ ସୋନମ କପୁର

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ସୋନମ କପୁର ସେପ୍ଟେମ୍ବର ୨ରେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି । ସେ ଏହି ଅବସରରେ ଏକ ଜୁଏଲାରୀ ଶୋ’ରୁମର ଉଦଘାଟନ୍ କରିବେ ।

ସୋନମ ପ୍ରଥମଥର ପାଇଁ ଭୁବନେଶ୍ୱର ଆସିବାକୁ ଥିବାବେଳେ ଏହାକୁ ନେଇ ସେ ବେଶ୍ ଉତ୍ସାହିତ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓରେ ପ୍ରକାଶ କରିଛନ୍ତି ।

ନିଜର ଅପକମିଂ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ପ୍ରମୋସନରେ ସୋନମ ପୂରାପୂରି ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମରେ ମାଲାୟାଲମ୍ ଷ୍ଟାର୍ ଡୁଲକର୍ ସଲମାନ୍ ମଧ୍ୟ ନଜର ଆସିବେ ।

ଯାହାର ନିର୍ଦ୍ଦେଶନା ଭାର ଅଭିଷେକ ଶର୍ମା ସମ୍ଭାଳିଥିବା ବେଳେ ‘ଦ ଜୋୟା ଫ୍ୟାକ୍ଟର’ରେ ସଞ୍ଜୟ କପୁରଙ୍କ ସହ ଅଙ୍ଗଦ ବେଦୀ ମଧ୍ୟ ଦେଖିବାକୁ ମିଳିବେ ।

ସୋନମଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୨୦ରେ ପରଦାରେ ରିଲିଜ ହେବାକୁ ଯାଉଛି ।

Leave A Reply

Your email address will not be published.