Latest Odisha News

BREAKING NEWS

Influencer’s Nightmare Experience: ପହଂଚିଲା ଦାମୀ ପାର୍ସଲ, ଛାଡିଲେ ଘର

ମଦୁରାଇ: ଏବେ ଘରେ ଘରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର । କଂଟେଂଟ କ୍ରିଏଟ୍ କରି ଲୋକଙ୍କୁ ଏଂଟରଟେନ୍ କରୁଛନ୍ତି ଛୋଟରୁ ବଡ । କେବେ ଫଲୋୟର ବଢୁଛନ୍ତି ତ କେବେ ପୁଣି ହେବାକୁ ପଡୁଛି ନିରାଶ । ତେବେ ଜଣେ କଂଟେଂଟ କ୍ରିଏଟର ହେବା କେତେ ଭଲ କେତେ ଖରାପ, ତାର ପ୍ରମାଣ ମିଳିଛି ତାମିଲନାଡୁ ମଦୁରାଇର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ । ଏମିତି ଭୟଙ୍କର ଅନୁଭୂତି ଦେଇଛି, ଶେଷରେ ଘର ଛାଡି ବାରଦୁଆର ବୁଲୁଛନ୍ତି ମହାଶୟ । କେତେବେଳେ ବସ୍ ତ କେତେବେଳେ ଟ୍ରେନ୍‌ରେ ବୁଲୁଥିବାର ଭିଡିଓ ପୋଷ୍ଟ କରୁଛନ୍ତିି । ସୂଚନା ଅନୁସାରେ ମଦୁରାଇର ବୀରମଣୀ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଦୀପାବଲି ପାଇଁ ମିଠା ପଠାଇବାକୁ ନିଜ ଫୋନ୍ ନମ୍ବର ଓ ଘର ଠିକଣା ପୋଷ୍ଟ କରିଥିଲେ । ତାପରେ ତାଙ୍କ ଘର ଆଗରେ ହେଲା ବିପୁଳ ପାର୍ସଲର ବର୍ଷା । ଆପଣ ଭାବୁଥିବେ, ଏତ ଭଲ କଥା ଉପହାର ପାଇ ବୀରମଣୀ ତ ଖୁସି ହେବା କଥା ଘର କାହିଁକି ଛାଡିଲେ । ହେଲେ ବୀରମଣୀ ତାଙ୍କ ଠିକଣା ଓ ଫୋନ ନମ୍ବର ସେୟାର କରି କି ହରଡଘଣାରେ ପଡିଛନ୍ତି ଶୁଣନ୍ତୁ । ଅନେକ ପ୍ରାଙ୍କଷ୍ଟାର୍ ଏବଂ ଅଚିହ୍ନା ଲୋକ ତାଙ୍କ ଘର ଠିକଣା ଓ ଫୋନନମ୍ବରରେ ବିଭିନ୍ନ ଦାମି ଦାମି ବୈଦ୍ୟୁତିକ ଉପକରଣ ଅର୍ଡର କରିଥିଲେ । ସେ ପୁଣି କ୍ୟାସ୍ ଅନ୍ ଡେଲିଭରୀ । ସକାଳୁ ରାତି ଯାଏ ବୀରମଣୀଙ୍କ ଫୋନ୍ ରିଂ ହେବା ବନ୍ଦ ହେଲାନି କି ଘରକୁ ପାର୍ସଲ ଆସିବା ବନ୍ଦ ହେଲାନି । ପ୍ରତି ଅଧ ଘଂଟାରେ ଘରେ ପହଂଚୁଥିଲା ବିଭିନ୍ନ ଦାମି ପାର୍ସଲ । ଟିଭି, ଫ୍ରିଜ୍‌, ୱାସିଂମେସିନ୍‌, ଫୋନ୍ ଏମିତିକି ଜେସିବି ଓ ଟାଙ୍କର ପାର୍ସଲ ମଧ୍ୟ ଆସିଥିଲା ତାଙ୍କ ନାଁରେ । ତାଙ୍କ ଫଲୋୟର ମାନଙ୍କ ଏ ମଜାକ୍ ପାଇଁ ସେ ବାଧ୍ୟହୋଇ ଘର ଲକ୍ କରି କେଉଁଆଡେ ପଳାଇଛନ୍ତି । ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି ତାଙ୍କ ନାଁରେ ଏମିତି ପାର୍ସଲ ନପଠାଇବା ପାଇଁ । ପାଖରେ ପଇସା ନାହିଁ କି ଏମିତି କୌଣସି ସାମଗ୍ରୀ ସେ ଅର୍ଡର ଦେଇନାହାନ୍ତି, ଯେଉଁମାନେ ତାଙ୍କ ସହ ଏପରି ମଜାକ୍ କରୁଛନ୍ତି ଦୟାକରି ବନ୍ଦ କରନ୍ତୁ ବୋଲି ଭିଡିଓରେ ଅନୁରୋଧ କରିଛନ୍ତି ବୀରମଣୀ ।

କେବଳ ଯେ ବିଭିନ୍ନ ସାମଗ୍ରୀ ତାନୁହେଁ ଖାଦ୍ୟ ଅର୍ଡର ମଧ୍ୟ ଆସିଥିବା ପାଖ ପଡୋଶୀ ସୂଚନା ଦେଇଛନ୍ତି । ଏହି ଅନାବଶ୍ୟକ କୋଟି କୋଟି ଟଙ୍କାର ପାର୍ସଲ ବୀରମଣୀଙ୍କ ଜୀବନକୁ ବ୍ୟତିବ୍ୟସ୍ତ କରିଦେଇଥିବାରୁ ସେ ଘର ଛାଡି ଟ୍ରାଭେଲ୍ କରିବା ଆରମ୍ଭ କରିଛନ୍ତି । ଏ ଘଟଣା କେବଳ ନକଲି ସପିଂ ଅର୍ଡର ମଧ୍ୟରେ ସୀମିତ ନାହିଁ । ବୀରମଣିଙ୍କ ଫୋନକୁ କିଡନୀ ଡୋନେଟ୍ କରିବା ନେଇ ମଧ୍ୟ କଲ୍ ଆସିଥିବା କହିଛନ୍ତି ବୀରମଣୀ । ଲୋକଙ୍କୁ ଅନୁରୋଧ କରିଛନ୍ତି ଏପରି ମଜାକ୍ କରି ମୋତେ, ମୋ ପରିବାରକୁ ଏବଂ ଡେଲିଭରୀ ନେଇ ଆସୁଥିବା ଲୋକଙ୍କୁ ହଇରାଣ ନକରନ୍ତୁ । ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରର ଗୋଟେ ଭିଡିଓ କେତେ ଇମ୍ପାକ୍ଟ ପକାଉଛି ଲୋକଙ୍କୁ ଏବଂ ବୀରମଣୀଙ୍କ ଜୀବନରେ ଦେଇଛି ଭୟଙ୍କର ଅନୁଭୂତି ।

Leave A Reply

Your email address will not be published.