Latest Odisha News

BREAKING NEWS

ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଲେ ବିଜୟ, ଦର୍ଶାଇଲେ ଅଜବ କାରଣ

ମୁମ୍ବାଇ: ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଜରିମାନା ଗଣଛନ୍ତି ସୁପରଷ୍ଟାର ଥଲପତି ବିଜୟ । ଗୋଟିଏ ଦିନରେ ଦୁଇରୁ ଅଧିକ ଥର ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ତାଙ୍କ ଉପରେ ଟ୍ରାଫିକ ପୁଲିସ ଜରିମାନା ଲଗାଇିଛି । ଏହି ସମୟର ଅଭିନେତାଙ୍କ କାର ଏବଂ ଚାଲାନ୍‌ର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମଙ୍ଗଳବାର ବିଜୟ ମକ୍କଲ ଅୟକକମ୍‌ର ସଦସ୍ୟଙ୍କୁ ଭେଟିବାକୁ ଯାଇଥିଲେ । ପନିୟୁରରେ ଭିଏମଆଇ ସଦସ୍ୟଙ୍କୁ ଭେଟି ଘରକୁ ଫେରୁଥିବାବେଳେ ଅଭିନେତା ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ । ଦୁଇଟିରୁ ଅଧିକ ସ୍ଥାନରେ ରେଡ୍ ସିଗନାଲ ଡେଇଁଥିବା ମଧ୍ୟ ଜଣାପଡ଼ିଛି । ଏଭଳି ଟ୍ରାଫିକ ନିୟମ ଉଲଂଘନ କରିଥିବାରୁ ବିଜୟଙ୍କ ଉପରେ ୫୦୦ଟଙ୍କା ଜରିମାନା ଲଗାଯାଇଛି ।

ବିଜୟ କହିଛନ୍ତି ଯେ, ମୁଁ କାର ଧରି ଫେରୁଥିବା ବେଳେ କିଛି ପ୍ରଶଂସକ ତାଙ୍କ ପିଛା କରିଥିଲେ । ତେଣୁ ବାଧ୍ୟ ହୋଇ ସେ ରେଡ୍ ଲାଇଟ୍ ସିଗନାଲ୍ ଡେଇଁଥିଲେ । ପ୍ରଶଂସକମାନେ ତାଙ୍କୁ ପନିୟୁରରୁ ନୀଲାଙ୍ଗରାୟସ୍ଥିତ ତାଙ୍କ ଘର ପର୍ଯ୍ୟନ୍ତ ପିଛା କରିଥିଲେ । ଏଥିରୁ ରକ୍ଷା ପାଇବା ପାଇଁ ସେ ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରିଥିଲେ ।

Comments are closed.