Latest Odisha News

BREAKING NEWS

ନିନାଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିନା ଗୁପ୍ତା ତାଙ୍କ ସ୍ୱାମୀ ବିବେକ ମେହେରଙ୍କ ସହ ଲଣ୍ଡନରେ ଆୟୋଜିତ ୱିମ୍ବଲଡେନ ଟେନିସ ମହିଳା ଫାଇନାଲ ମ୍ୟାଚ ଦେଖିବାକୁ ଯାଇଥିଲେ । ମ୍ୟାଚ ଦେଖିବା ପରେ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି । ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି ।

ନିନା ଇନଷ୍ଟାଗ୍ରାମରେ ୱିମ୍ବଲଡନ ମହିଳା ଫାଇନାଲର ଭିଡିଓ ସେୟାର କରି ‘ସ୍ୱପ୍ନ ସତ ହେଲା’ ବୋଲି ଲେଖିଛନ୍ତି । ଷ୍ଟାଡିୟମରୁ ସେୟାର କରିଥିବା ଭିଡିଓରେ ସେ ନିଜର ଖୁସି ଜାହିର କରିବା ସହ ସ୍ୱପ୍ନ ସାକାର ହେଲା ବୋଲି ଲେଖିଛନ୍ତି । ସେ କହିଛନ୍ତି ୱିମ୍ବଲଡନର ଯେ କୌଣସି ମ୍ୟାଚ ଦେଖିବା ମୋର ସ୍ୱପ୍ନ ଥିଲା । ସେଥିପାଇଁ ଆମେ କେବଳ ମହିଳାଙ୍କ ଫାଇନାଲ ମ୍ୟାଚ ଦେଖିଲୁ । ଯେମିତି କ୍ରିକେଟର ଏକ ଭିନ୍ନ ମାହୋଲ ହୋଇଥାଏ , ସେହିପରିି ଏଠାକାର ମାହୋଲ ବି ଭିନ୍ନ ଥିଲା । ହେଲେ ମୋର ସବୁଠାର ବଡ ସ୍ୱପ୍ନ ପୂରଣ ହୋଇଯାଇଛି । ଏଥିପାଇଁ ସେ ତାଙ୍କ ସ୍ୱାମୀ ବିବେକଙ୍କୁ ଧନ୍ୟବାଦ ଦେଇଛନ୍ତି, ଯେକି ତାଙ୍କୁ ସାଙ୍ଗରେ ନେଇ ମ୍ୟାଚ ଦେଖାଇଛନ୍ତି ।

Comments are closed.