Latest Odisha News

BREAKING NEWS

ବିଶ୍ୱର ସର୍ବୋତ୍ତମ ଷ୍ଟ୍ରିଟ୍ ଫୁଡ୍ ମିଠା ତାଲିକାରେ ସ୍ଥାନ ପାଇଲା ୩ ଟି ଭାରତୀୟ ମିଠା

ନୂଆଦିଲ୍ଲୀ: ଭାରତୀୟ ମିଠା ପ୍ରସଙ୍ଗରେ ଯେତେବେଳେ ଆଲୋଚନା ହୁଏ, କେଉଁ ମିଠା ସବୁଠୁ ଭଲ ତାହା ଚୟନ କରିବା ଟିକେ କଷ୍ଟ ହୋଇପାଡେ। କାରଣ ଭାରତରେ ଏତେ ପ୍ରକାରର ମିଠା ରହିଛି ଯାହାର ସ୍ୱାଦ ସବୁଠାରୁ ଭିନ୍ନ। ପ୍ରତ୍ୟେକ ମିଠାର ଗୁଣବତ୍ତା ଏବଂ ବିବିଧତା ଅନ୍ୟଠାରୁ ସମ୍ପୂର୍ଣ୍ଣ ଅଲଗା। କିନ୍ତୁ ଯେତେବେଳେ ସମଗ୍ର ବିଶ୍ୱରୁ ମିଠାର ର଼୍ୟାଙ୍କିଙ୍ଗ୍ ବିଷୟରେ ପ୍ରଶ୍ନ ଉଠେ ସେତେବେଳେ ଭାରତୀୟ ମିଠା ସ୍ୱାଦରେ ପ୍ରଥମ ବୋଲି ପ୍ରମାଣିତ ହୁଏ।

ନିକଟରେ ଖାଦ୍ୟର ମାଗାଜିନ ଟେଷ୍ଟ ଆଟଲାସ୍ ଦ୍ୱାରା ପ୍ରସ୍ତୁତ ତାଲିକାରେ ଭାରତୀୟ ସୁସ୍ବାଦୁ ଖାଦ୍ୟ ସ୍ଥାନ ପାଇଛି। ଯାହା ସାରା ବିଶ୍ୱରେ ଷ୍ଟ୍ରିଟ୍ ଖାଦ୍ୟ ବିଷୟରେ ବିସ୍ତୃତ ସମୀକ୍ଷା ଏବଂ ସୂଚନା ପ୍ରଦାନ କରିଛି। ଇନଷ୍ଟାଗ୍ରାମରେ ଟେଷ୍ଟ ଆଟଲାସ୍ ଦ୍ୱାରା ସେୟାର ହୋଇଥିବା ଏକ ତାଲିକାର ଟପ୍-୫୦ ରେ ତିନୋଟି ଭାରତୀୟ ମିଠା ସ୍ଥାନ ପାଇଛି।

ଟପ୍-୫୦ ତାଲିକାରେ ୧୪ ନମ୍ବରରେ ରହିଛି ଭାରତୀୟ ମିଠା ମୈସୁର ପାକ୍, ୧୮ ନମ୍ବରରେ ରହିଛି କୁଲଫି ଏବଂ ୩୨ ନମ୍ବରରେ କୁଲଫି ଫାଲୁଦା ସ୍ଥାନ ପାଇଛି। ତାଲିକାର ଶ୍ରେଷ୍ଠ ୫ ନମ୍ବରରେ ରହିଛି- ପର୍ତ୍ତୁଗାଲର ପେଷ୍ଟେଲ ଡି ନାଟା, ଇଣ୍ଡୋନେସିଆର ସେରାବି ଏବଂ ତୁର୍କୀର ଡୋଣ୍ଡୁରମା, ଦକ୍ଷିଣ କୋରିଆର ହଟ୍ଟେକ ଏବଂ ଥାଇଲ୍ୟାଣ୍ଡର ପା ଥୋଙ୍ଗ୍ କୋ।

ପୂର୍ବରୁ ଯେଉଁ ଖାଦ୍ୟ ତାଲିକା ପ୍ରକାଶ ପାଇଥିଲା ଏଥିରେ ବଟର ଗାର୍ଲିକ ନାନକୁ ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ଫ୍ଲାଟବ୍ରେଡ୍ ଭାବରେ ବିଚାର କରାଯାଉଥିବା ବେଳେ ଶ୍ରେଷ୍ଠ ୧୦ ନମ୍ୱରରେ ଥିଲା ୩ ଟି ଭାରତୀୟ ଖାଦ୍ୟ।

Comments are closed.