Latest Odisha News

BREAKING NEWS

ଏମର୍ଜିଂ ଏସିଆ କପ କ୍ରିକେଟ: କ୍ରମାଗତ ଦ୍ୱିତୀୟ ଥର ଚାମ୍ପିୟନ ହେଲା ପାକିସ୍ତାନ

କଲମ୍ବୋ: ଏଠାରେ ରବିବାର ଖେଳାଯାଇଥିବା ଏମର୍ଜିଂ ଏସିଆ କପ ଫାଇନାଲରେ ପାକିସ୍ତାନ ୧୨୮ ରନରେ ଭାରତକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୮ ୱିକେଟ ହରାଇ ୩୫୨ ରନର ବିଶାଳ ସ୍କୋର କରିଥିଲା । ତୈୟାବ ତାହିର ୭୧ ବଲରେ ବିସ୍ଫୋରକ ୧୦୮ ରନର ଇନିଂସ ଖେଳିଥିଲେ । ଜବାବରେ ଭାରତୀୟ ଟିମ ୪୦ ଓଭରରେ ୨୨୪ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଭିଷେକ ଶର୍ମା ୫୧ ବଲରେ ୬୧ ରନ କରିଥିଲେ । ୟଶ ଢ଼ୁଲ ୩୯ ରନ କରି ଆଉଟ ହେବା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନ ଥିଲେ । ପାକିସ୍ତାନ ପକ୍ଷରୁ ସୁଫିୟାନ ମୋକିମ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ ।

୨୦୧୯ ସଂସ୍କରଣରେ ବାଂଲାଦେଶକୁ ହରାଇ ପାକିସ୍ତାନ ଟାଇଟଲ ହାସଲ କରିଥିଲା । ଓଭରାଲ ୫ଟି ସଂସ୍କରଣରୁ ଭାରତ ଥରେ ଚାମ୍ପିୟନ ହୋଇଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ତାହିର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଟୁର୍ଣ୍ଣାମେଂଟରେ ୧୧ ୱିକେଟ ହାସଲ କରି ନିଶାନ୍ତ ସିନ୍ଧୁ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ହୋଇଛନ୍ତି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ହର୍ଡଲ୍ସ ପାର କରିବାରେ ବିଫଳ ହୋଇଥିଲେ । ଯାହାକି ପ୍ରଶଂସକମାନଙ୍କୁ ନିରାଶ କରିଛି ।

Comments are closed.