Latest Odisha News

BREAKING NEWS

ସ୍ପାଇଡରମ୍ୟାନ୍ ଭଳି ଛାତ ଓ କାନ୍ଥରେ ଚଢିଯାଉଛି କୁନି ଝିଅ, ପରିବାର ଲୋକେ ଚିନ୍ତିତ

ଚୀନ୍‌: କୁନି କୁନି ପିଲାମାନଙ୍କର ଅନେକ ପ୍ରତିଭା ଦେଖିଥିବେ । କିନ୍ତୁ କେବେ କେବେ ଏହି ପିଲାମାନେ ଏମିତି କିଛି କରି ଦେଖାନ୍ତି, ଯାହାକୁ ଆଖିରେ ଦେଖିଲେ ବି ବିଶ୍ୱାସ କରି ହୁଏ ନାହିଁ । ଏବେ ଚୀନର ସେମିତି ଜଣେ କୁନି ଝିଅ ଭିନ୍ନ କୌଶଳ ଦେଖାଇ ନିଜକୁ ସ୍ପାଇଡ଼ର ଗାର୍ଲ ବୋଲି ପ୍ରମାଣିତ କରିଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

ଚୀନ୍‌ରେ ରୁହନ୍ତି ଏହି ୮ ବର୍ଷର ଝିଅ । ଝିଅଟି ଏପରି ଷ୍ଟଣ୍ଟ ଦେଖାନ୍ତି ଯାହାକୁ ଦେଖି ତାଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ହେବା ସହ ଚିନ୍ତିତ ହୋଇପଡ଼ିଥାନ୍ତି । ହଠାତ୍ କୁନିଝିଅଟି ସ୍ପାଇଡ଼ରମ୍ୟାନ ଭଳି କାନ୍ଥରେ ନ ହେଲେ ଛାତକୁ ଚଢି ଲାଗିକି ରହିଯାଏ । ତାଙ୍କ ପାଖରେ ମାଧ୍ୟାକର୍ଷଣ ଶକ୍ତି ବି କାମ କରେନି । ତାଙ୍କ ମା ନିଜେ ଏହି ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ପିଲାଟିର ଏପରି କୌଶଳ ଦେଖିବାକୁ ମିଳିଛି ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଝିଅଟିର ଓଜନ କମ୍ ଏବଂ କାନ୍ଥ ଟାଇଲ୍ ଥିବାରୁ ସେ ଆରାମରେ ଚଢିଯାଉଛି ଓ ଲାଗିକି ରହି ଯାଉଛି ବୋଲି ଅନେକ ମତ ରଖିଛନ୍ତି । ଆଉ କିଛି ମଜାଳିଆ ଢଙ୍ଗରେ ଝିଅ ପାଇଁଁ ଏକ ସ୍ପାଇଡର୍ ମ୍ୟାନ୍ ସୁଟ୍ ଆଣିବାକୁ ତାଙ୍କ ମାଆଙ୍କୁ ପରାମର୍ଶ ଦେଇଛନ୍ତି ।

Comments are closed.