Latest Odisha News

BREAKING NEWS

ସ୍କୁଟିକୁ ଧକ୍କା ଦେଲା ଆମ୍ ବସ୍, ୩ ମହିଳା ଗୁରୁତର

କେନ୍ଦୁଝର: ପୁଣି ଆମ ବସ୍ ଧକ୍କାରେ ୩ ମହିଳା ଗୁରୁତର ହୋଇଛନ୍ତି । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ମହିଳା ହେଲେ ସ୍ଥାନୀୟ ଅଞ୍ଚଳର ମାନସୀ ରଣା, ସୁଲୋଚନା ବେହେରା ଓ ମଞ୍ଜୁଲତା ନାଏକ । ସମସ୍ତଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ସୁଲୋଚନାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

ତେବେ ଆଜି ଏହି ମହିଳା ୩ ଜଣ ଏକ ସ୍କୁଟିରେ ପୁରୁଣା ସହରରୁ କେନ୍ଦୁଝର ସହର ଅଭିମୁଖେ ଆସୁଥିଲେ । ଏହି ସମୟରେ ସେମାନଙ୍କ ସ୍କୁଟି ଟି ଆମ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ସ୍କୁଟି ଆରୋହୀ ୩ ଜଣ ଗୁରୁତର ହୋଇଥଲେ । ବସକୁ ସ୍ଥାନୀୟ ବାସିନ୍ଦା ଅଟକାଇ ଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା ପରେ ଆମ ବସ୍ ଉକ୍ତ ରାସ୍ତା ରେ ଚଳାଚଳ ବନ୍ଦ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave A Reply

Your email address will not be published.