Latest Odisha News

ବାଇକକୁ ପଛ ପଟୁ ଧକ୍କା ଦେଲା ବସ୍: ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ସୁବର୍ଣ୍ଣପୁର: ସିଆଲଜୁରି ନିକଟରେ ବାଇକକୁ ପଛରୁ ଧକ୍କା ଦେଲା ବସ୍। ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ସିଆଲଜୁରି ନିକଟରେ ବିଳମ୍ବିତ ରାତ୍ରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ବାଘପାଲି ଗାଁର ସ୍ୱାମୀ-ସ୍ତ୍ରୀ ଦୁଶାସନ ସାହୁ ଓ କୁନ୍ତି ସାହୁ ବାଇକ ଯୋଗେ ଘରକୁ ଫେରୁଥିଲେ। ତେବେ ସିଆଲଜୁରି ନିକଟରେ ଚକାଡୋଲା ନାମକ ଘରୋଇ ବସ ଉଭୟଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଉଭୟେ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଦୁହିଁଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ।

ବୁର୍ଲା ନେବା ବାଟରେ ଦୁଶାସନଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଘଟଣାସ୍ଥଳରେ ସୋନପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.