ଭୁବନେଶ୍ୱର : ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଁଖାଇ’ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟ୍ କରିଛନ୍ତି ।
ଶାନ୍ତି, ମୈତ୍ରୀ ଓ ଆନନ୍ଦର ପର୍ବ ‘ନୂଆଁଖାଇ’ ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ରାଜ୍ୟର କୃଷକ ଭାଇଭଉଣୀଙ୍କ ସମୃଦ୍ଧି କାମନା କରିବା ସହିତ ମା' ସମଲେଇଙ୍କ ଆଶୀର୍ବାଦରୁ ଆମ ରାଜ୍ୟ ଓଡ଼ିଶା ଆହୁରି ପ୍ରଗତିଶୀଳ ହେଉ। ସଭିଙ୍କୁ ମୋର ନୁଆଁଖାଇ ଜୁହାର। #NuakhaiJuhar pic.twitter.com/EwxbwJkDdW
— Naveen Patnaik (@Naveen_Odisha) September 3, 2019
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଭିବାଦନ ଜଣାଇଛନ୍ତି ।
ନୂଆଁଖାଇ ଜୁହାର
ଓଡିଶାର ଏକ ସର୍ବପୁରାତନ ପର୍ବ ନୂଆଁଖାଇର ପବିତ୍ର ଅବସରରେ ସମାଜର ସବୁବର୍ଗ ବିଶେଷ ଭାବରେ ଆମର ପରିଶ୍ରମୀ ଚାଷୀଭାଇ ମାନଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି । ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ।
— Narendra Modi (@narendramodi) September 3, 2019
ସୂଚନାଯୋଗ୍ୟ, ନୂଆଁଖାଇ ପଶ୍ଚିମ ଓଡିଶାର ଏକ ପ୍ରସିଦ୍ଧ କୃଷି ଭିତ୍ତିକ ଗଣପର୍ବ । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ । ଏହି ଅବସରରେ ନୂଆ ଧାନକେଣ୍ଡାରୁ ଧାନ ବାଛି ଏଥିରୁ ପ୍ରସାଦ ପ୍ରସ୍ତୁତ କରାଯାଇଥାଏ । ଏହାପରେ ପ୍ରଥମେ ଭଗବାନଙ୍କ ପାଖରେ ନବାନ୍ନ ଭୋଗ କରାଯାଏ ତାପରେ ଯାଇ ଲୋକମାନେ ଏହାକୁ ଖାଇଥାନ୍ତି ।
Comments are closed.